STORYMIRROR

Sibani Gita

Abstract Others

4  

Sibani Gita

Abstract Others

ପିତା

ପିତା

1 min
183

ପିତା ଜୀବନ, ସମ୍ବଳ ଆଉ ଶକ୍ତି

ପିତା ସୃଷ୍ଟି ନିର୍ମାତା ର ଅଭିବ୍ୟକ୍ତି

ପିତା ଆଙ୍ଗୁଳି ଧରିଥିବା ପିଲାର ସାହାରା

ପିତା କେବେ ମିଠା ତ କେବେ କଡ଼ା ।

ପିତା କେବେ ମାଟି କେବେ ଆକାଶ

ପିତା କେବେ ସ୍ୱାଭିମାନ ତ କେବେ ଅଭିମାନ 

ପିତା ପାଳନ, ପୋଷଣ, ପରିବାରର ଅନୁଶାସନ

ପିତା ରାଗ ଦେଖେଇ ଚଲଉଥିବା ପ୍ରେମର ପ୍ରଶାସନ

ପିତା ରୁଟି, ବସ୍ତ୍ର, ଛାତ

ପିତା ଛୋଟ ଏକ ପକ୍ଷୀକୁ

ସ୍ବପ୍ନ ଦେଖାଉଥିବା ବଡ଼ ଏକ ଆକାଶ

ପିତା ପ୍ରଦର୍ଶିତ ଅନନ୍ତ ପ୍ରେମର ପ୍ରତୀକ

ପିତା ଅଛନ୍ତି ତ ପିଲାଙ୍କୁ ପ୍ରତୀକ୍ଷା ଘରକୁ ଫେରିବାର ।

ପିତା ଯୋଗୁଁ ପିଲାଙ୍କ ଅନେକ ସ୍ବପ୍ନ

ପିତା ଅଛନ୍ତି ତ ଦୁନିଆଯାକର ଖେଳଣା ନିଜର

ପିତା ଯୋଗୁଁ ପରିବାର ର ପ୍ରତିପଳ ରାଗ

ପିତା ଯୋଗୁଁ ମାଆର ସିନ୍ଦୂର ଆଉ ବିନ୍ଦି 

ପିତା ପରମାତ୍ମା ଙ୍କ ସ୍ୱରୂପ ।

ପିତା ଗୃହ ରୂପକ ଆଶ୍ରମରେ ଉପସ୍ଥିତ ଥିବା ବ୍ୟକ୍ତି,

ପିତା ଛାଇ ଦେଉଥିବା ବୃକ୍ଷ 

ପରିବାର ର ସାହାରା ।

ପିତା ସଂସ୍କାର ଦେଉଥିବା ଜୀବନ୍ତ ମୃତ୍ତି

ପିତା ଏକ ଜୀବନ ଦେଇଥିବା ଜୀବନର ଦାନ

ପିତା ଦୁନିଆ ଦେଖାଉଥିବା ଅସୀମ ଉପହାର ।।

ପିତା ଠୁ ବଡ଼ ନାଆଁ କର

ପିତା ର ଏହା ସ୍ବପ୍ନ

ପିତାର ଅପମାନ ନୁହେଁ 

ଆମେ ହେବା ତାର ଅହଙ୍କାର

ପିତା ସୁରକ୍ଷା ଯଦି ମୁଣ୍ଡରେ ହାତ ଥାଏ 

ପିତା ନାହିଁ ଯଦି ପିଲା ଅନାଥ ହୁଏ ,

ମାଆ ଯଦି ହାତ ଧରି ଚାଲି ଶିଖାଏ

ପିତା ପାଦରେ ଛିଡ଼ା ହେବା ଶିଖାଏ ।।



Rate this content
Log in

Similar oriya poem from Abstract