ପିତା
ପିତା
ପିତା ପରି କିଏ ହେବ ଜଗତରେ
ପିତା ରୁହନ୍ତି ଆମ ଅନ୍ତରରେ ।
ପିତା ସିନା ଆମ ମନ ଜଣନ୍ତି
ସରଗ ସୁଖ କୁ ସେହି ଏକା ଦିଅନ୍ତି ।
ପିତା ଆମ ସ୍ୱର୍ଗ ଠାରୁ ବଡ଼ ଲାଗନ୍ତି
ପିତା ଥିଲେ ସବୁ ଆଣି ଦିଅନ୍ତି ।
ପିତା ଘରର ମୁରବି ହୋଇ ରୁହନ୍ତି
ସବୁ ନୀତି ନିୟମ ରେ ସେ ରଖନ୍ତି ।
ପିତା ଥିଲେ ଡର ଭୟ ଲାଗେ ନାହିଁ
ପିତା ଆମକୁ ବାଟ ଦେଖନ୍ତି ଆଗେଇବା ପାଇଁ ।
ପିତା ଙ୍କ ବାଣୀ ଆମ ଜୀବନ ବଦଳାଇ ଦିଏ
ପିତା ଙ୍କ ସମାନ ହେବ ଆଉ କିଏ ।
ପିତା ଆମ ହାତ ଧରି ଚାଲିବା ଶିଖାନ୍ତି
ଦୁନିଆରେ ସଦା ଆମ ପଛରେ ରୁହନ୍ତି ।
ପିତା ମୁଣ୍ଡ ଝାଳ ତୁଣ୍ଡେ ମାରି କଷ୍ଟ ସହନ୍ତି
ନିଜ ବେଦନା ଲୁଚାଇ ଆମକୁ ମଣିଷ କରନ୍ତି ।
ପିତା ନିଜ ସର୍ବସ୍ଵ ଦେଇ ନିଜ ସନ୍ତାନର ସୁଖ ଦେଖନ୍ତି
ପିତାଙ୍କ ଆଶିଷରେ ସନ୍ତାନ ଉନ୍ନତି କରନ୍ତି ।
ପିତାଙ୍କ ବିନା ଦୁନିଆ ରେ ନିଜର କେହି ନାହିଁ
ନିଜ ଶିଶୁକୁ ବଢାନ୍ତି ସ୍ନେହ ପ୍ରେମ ଆଦର ଦେଇ ।
