ପିତା ଙ୍କ ମହତ୍ତ୍ବ
ପିତା ଙ୍କ ମହତ୍ତ୍ବ
ବୁଝି ବାକୁ ହେଲେ ପିତାଙ୍କ ମହତ୍ତ୍ବ
ରଖି ଥାଅ ପିତାଙ୍କ ଚରଣେ ଭାବ ।
ତୁମ ମନ ଜାଣି ଖୁଆଇଛନ୍ତି ତୁମକୁ
ହାତ ଧରି ଚଲାଇଲେ ତୁମେ ଚାଲିବାକୁ ।
କରନ୍ତି ସନ୍ତାନ ପାଇଁ କେତେ ପରିଶ୍ରମ
ଦେବତା ଆମ ପାଇଁ ସେ, କିଏ ତାଙ୍କ ସମ ।
ତାଙ୍କରି ଅନୁ ଶାସନ କରେ ସଚେତନ
କଡା କଥା କହି ସୁଧାରନ୍ତି ଆମ ମନ ।
ପିତା ପାଇଁ ତୁମେ ଆସିଅଛ ଦୁନିଆକୁ
ପିତାଙ୍କ ସେବା କରି ଧନ୍ୟ କରିବା ନିଜକୁ ।
