STORYMIRROR

PURUSOTTAM NAYAK

Inspirational

2  

PURUSOTTAM NAYAK

Inspirational

ପିତା_ମାତା

ପିତା_ମାତା

1 min
301

ମାଟି ମାଆ ମୋର, ଅତି ନିଜର

      ତା,ଠାରୁ ମୋ ନିଜ ମାଆ

ସ୍ନେହ ମମତାରେ ବାନ୍ଧେ ପୁଣି ସେ

     ଦୁଃଖେ କହେ କେତେ ଆହା"

ବକ୍ଷରେ ତାହାର ସୁଧାର ପିୟୁଷ

          ରଖିଅଛି ମୋ ପାଇଁ

ଥକିପଡେ ଯେବେ ଏ କୁନି ଶରୀର

          ପିଇ ଉଠେ ମୁଁ ଚେଇଁ"

ମୋଦୁଃଖେ ତାହାର ଲୋତକର ଧାର

           ବହିଅଛି ବାରମ୍ବାର

ଜନନୀ ନୁହେଁ ସେ ,ମୋ ଶକ୍ତିଦାୟିନୀ

         ମୋର,ଜୀବନ ଯୁଦ୍ଧର"

ବାଣୀ ଯେ ତାହାର ଚିର ଭାସ୍ଵର

         ଥାଏ ପ୍ରେରଣାର ବାର୍ତ୍ତା

ସମାଜ, ସଭ୍ୟତା, ସଂସ୍କୃତି ପ୍ରତି

         ହେଉ ସମ୍ମାନର ଯାତ୍ରା"

ସତ୍ୟ,ଶାନ୍ତି,ଦୟା, କ୍ଷମା ହିଁ ଜୀବନ

         ଜାଣିଥା ଏହାର ମାନ

ସତ୍ୟ ପାଇଁ ଦିନେ ସକ୍ରେଟିସ୍ ପରା

          କରିଥିଲେ ବିଷପାନ"

ସତ୍ୟ ହେଉ ମୋ ଜୀବନ ଦୀପାଳି

       ହେଉ ଜୀବନର ପ୍ରତିମୂର୍ତ୍ତି

ଚାଲିଗଲେ ଏ ପିଣ୍ଡରୁ ପରାଣ

      ରହିଯିବ ସିନା,ଯାହା କିର୍ତ୍ତୀ"

ପିତା-ମାତା ମୋର ଚଳନ୍ତି ଦିଅଁ ମୋ

       ସେବି ବି ତାଙ୍କ ଚରଣ

ପିତା-ମାତାଙ୍କର ଚରଣ ଧୂଳି ଯେ

       ମୋ, ଲାଗି ବାସ ଚନ୍ଦନ"

ଗୁରୁଜନେ ଭକ୍ତି, ବିଭୁପ୍ରୀତ , ହୋନ୍ତି

        ଚାଲିବି ଅମଡ଼ା ବାଟ

ଜୀବନର ମନ୍ତ୍ର ଗାଉଥିବି ସଦା

       ହୋଇ ଆଜ୍ଞାଧିନ ଚାଟ"

ଜୀବନର ପ୍ରତି ମୂହୁର୍ତ୍ତେ ଅଛନ୍ତି

     ମୋ ହୃଦେ ମୋ ପିତାମାତା

ଆଶୀର୍ବାଦ ତାଙ୍କ ଶକ୍ତିର ଭଣ୍ଡାର

       ସ୍ମରୁ ଅଛି ତାଙ୍କ ଗୀତା"

ପଳାସ ଫୁଲର ଜୀବନ ଏଠି ଯେ

       କେବେ କିଏ ଯିବ ଝଡି

ଜୀବନ ଅଙ୍କକୁ କଷିବା ପୂର୍ବରୁ

        ସୁକର୍ମେ ଯାଆତୁ ବୁଡି"


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational