ପିଶାଚର କ୍ଷୁଧା
ପିଶାଚର କ୍ଷୁଧା
ବଞ୍ଚିବାର ପାଇଁ ତୁମେ କଣ କର
ମୋତେ ନ କହିଲେ ବି ମୁଁ ଜାଣିପାରେ
କାରଣ ପେଟ ପାଇଁ ନାଟ
ଆଉ ଯେତେବେଳେ ପେଟରେ ଭୋକର ଜ୍ୱାଳା ସହି ହୁଏ ନାହିଁ
ସେତେ ବେଳେ ଜଣେ ଭୁଲି ଯାଏ ଧର୍ମ ଓ ଅଧର୍ମର ସଂଜ୍ଞା
ନିଜ ଭୋକକୁ ମେଣ୍ଟାଇବା ପାଇଁ ସେ
କରିବୁଲେ ଏମିତି କରମ ଯାହା କି କେବେ
ସ୍ବପ୍ନରେ ସୁଦ୍ଧା ଜଣେ ଭାବି ନ ଥାଏ !
ବଞ୍ଚିବା ପାଇଁ ଖାଇବା ହେଉଛି ଭୋକ ...
କିନ୍ତୁ ଆଖିରେ କାମନାର ନିଆଁରେ ନିଜେ ଜଳିପୋଡ଼ି ଅନ୍ୟକୁ ବ୍ୟତିବ୍ୟସ୍ତ କରିବା ହେଉଛି
ନିଜ ହୃଦୟ ଓ ମନରେ ଥିବା ପିଶାଚର ଭୋକ ..
ପିଶାଚ ଭୋକ ତୁମକୁ ମନୁଷ୍ୟ ନକରି ପଶୁ କରିଦେବ
ତେଣୁ ସାବଧାନ ....
କିନ୍ତୁ ଈଶ୍ୱରର ସତ୍ତାକୁ ହୃଦୟରେ ଉପଲବ୍ଧ କରିବାର ଭୋକର ପଟାନ୍ତର ନାହିଁ ...
ସବୁ ମନୁଷ୍ୟ ମଧ୍ୟରେ ଇଶ୍ୱର ସତ୍ତା ଓ
ନିଜକୁ ତାଙ୍କ ଏକ ବାର୍ତ୍ତାବହ ମନେକର ..
ଦେଖିବ ତୁମକୁ ଶାନ୍ତି ଓ ଆନନ୍ଦ ମିଳିବ ..
ଆଉ ଜୀବନର ପୂର୍ଣ୍ଣତା ହେବ..
ଏବେ ଭାବ ତୁମେ କେଉଁ ଭୋକର ତାଡନାରେ ପୀଡିତ ...
