STORYMIRROR

Arundhati Jena

Inspirational Others

3  

Arundhati Jena

Inspirational Others

ପଇସାର ପଶାପାଲି

ପଇସାର ପଶାପାଲି

1 min
205

      

ଜୀବନ ଆଉ ପଇସାର ଖେଳରେ

              ପଇସା ବାଜିମାତ କରେ,

ପଇସାର ଶକ୍ତିରେ ବିଚରା ନିରୀହ

               ଜୀବନ ଅଯଥାରେ ହାରେ।

ଏଇ ପଇସା ଜୀବନର ମୂଲ୍ୟାଙ୍କନ

           ରେ ବଡ ଦରକାରି ଜିନିଷ,

କାରଣ ପଇସା ନଥିଲେ ଅମୂଲ୍ଯ

            ଜୀବନଟା ପରା ଲାଗଇ ଯେ ବିଷ।

ଏଇ ପଇସା ସଂପର୍କର ଜ୍ୟାମିତି

            କୁ ଭଲରେ ବୁଝାଏ,

ପଇସା ନଥିଲେ ପରା ସଂପର୍କ

           ର ରଜ୍ଜୁ ଛିଡିଯାଏ।

ପଇସା ବଦଳରେ ଏଠି

           ସବୁକିଛି ମିଳେ,

ପଇସା ପଇସାରେ ଏଠି

           ପରା ସବୁ ଖେଳ ଚାଲେ।

ପଇସା ବଳରେ ଜୀବନ

           ବହୁମୂଲ୍ଯ ବୋଲାଏ,

ପଇସା ବିନା ଜୀବନ

            ମୂଲ୍ଯହୀନ ହୁଏ।

ପଇସା ନଥିଲେ ଏଠି

           କିଛି ଯେ ହୁଏନା,

ପଇସା ବଳରେ ପୁଅ

            ବାପକୁ ଚାହେଁନା।

ପଇସା ପାଇଁ କି ଏଠି ଦିଆଯାଏ

             ଜୀବନର ବଳି,

ତେଣୁ ସମୟ ଆଗରୁ ସଭିଏଁ

             ଯାଅରେ ବଦଳି।

ଜୀବନ ରେ ପଇସା ଯେ

       ନିତାନ୍ତ ଜରୁରୀ,

ହେଲେ ପଇସା ପାଇଁ

       ନ ଯାଅ ନିଜ ଧର୍ମ ଭୁଲି।

ଜୀବନ ଆଉ ପଇସାର

      ଛକାପଞ୍ଝା ଖେଳରେ,

ଜୀବନକୁ ଜିତିବାକୁ ଦିଅ ବରଂ

      ପଇସାର ସହାୟତାରେ।

                 

    


Rate this content
Log in

Similar oriya poem from Inspirational