STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ପିଲାଏ

ପିଲାଏ

1 min
366


ପିଲାଏ ଆମର ଆଖିର ତାରକା

ସେମାନେ ଆମ ସମ୍ବଳ ।

ଗଢିବା ତାଙ୍କର ଜୀବନକୁ ଆମେ

ଦେଇ ଆମ ବୁଦ୍ଧି ବଳ ।

କଞ୍ଚାମାଟି ନେଇ ତାହାକୁ ଚକଟି

ଭିନ୍ନ ଭିନ୍ନ ରୂପ ଦେଇ

ହାଣ୍ଡି ମାଠିଆକୁ ଗଢଇ କୁମ୍ଭାର 

ଯାହା ଯେପରି ଲୋଡଇ ।

ପିଲାଏ ଆମର କଞ୍ଚାମାଟି ସମ

ପାଇବେ ଶିକ୍ଷା ଯେପରି ।

ଭବିଷ୍ୟତ ତାଙ୍କ ହେବ ସୁନିଶ୍ଚିତ

ଗଢିହେବେ ସେହିପରି ।

ପିଲାଏ ପଢିଲେ ପିଲାଏ ବଢିବେ

ଗଢିବେ ଦେଶ ଆମର ।

ଆଜିର ପିଲାଏ କାଲି ସିନା ହେବେ

ଭବିଷ୍ୟତ ଏ ଦେଶର ।

ଲାଳନପାଳନ କରିବା ପିଲାଙ୍କୁ

ସୁଶିକ୍ଷା ତାହାଙ୍କୁ ଦେଇ ।

ବଢାଇବା ଆମେ ଅତି ଯତନରେ

ସଭିଙ୍କର ହିତ ପାଇଁ ।

ଯୋଗ ପ୍ରାଣାୟାମ ଶିଖିବେ ପିଲାଏ

ବ୍ରହ୍ମବିଦ୍ୟା ଯୋଗବିଦ୍ୟା ।

ଗୁରୁ ଗୁରୁଜନେ କରିଲେ ସମ୍ମାନ

ବୃଦ୍ଧି ହେବ ଆୟୁ ବିଦ୍ୟା ।

ଯଶ ବଳ ବୃଦ୍ଧି ହୋଇବ ତାଙ୍କର

ହେବେ ଲୋକ ହିତକାରୀ ।

ସ୍ବଯଶ ସ୍ବଦେଶ ସମ୍ମାନ ସହିତ

ରଖିବେ ଯଶ ଆମରି ।


Rate this content
Log in

Similar oriya poem from Inspirational