STORYMIRROR

Banasmita Panda

Children

3  

Banasmita Panda

Children

ପିଲାବେଳେ

ପିଲାବେଳେ

1 min
171


ସେ ପିଲାବେଳର ମଜା

ଖଟା ମିଠା କେତେ ସ୍ମୃତି

କେମିତି ଭୁଲିପlରିବା ସେ ସବୁ ବଦମାସୀ

ଟେବୁଲ ପଛରେ କୟାଁ ଖାଇ

ଲୁଚି ଲୁଚି ଗପ

କେତେ କାହା ବାଡ଼ିର ଠାବ

ଚୋରି କେତେ ଫୁଲ, ଫଳ

ମାଷ୍ଟର, ମାଷ୍ଟରାଣୀଙ୍କ ସେ ବିଭିନ୍ନ

ଶୈଳୀର ମାଡ଼

କେତେ ରକମର ନୂଆ ନୂଆ ଖେଳ

ସଭିଏଁ ଖେଳୁ ହୋଇକି ମେଳ

କେତେ ଝଗଡା, କେତେ ମାରପିଟ

ସେଥିପାଇଁ ପଡେ ଘରଠୁଁ ସ୍କୁଲ

ଅନେକ ସଭା, ଶାସ୍ତି

ନେବାକୁ ପଡେ ତା ପରେ

କିଛିଦିନ ବିଭିନ୍ନ ଅନୁମତି

ସମୟ ସହ ନୂଆ ନୂଆ କାହାଣୀ

ସବୁବେଳେ ଆମେ ରାଜା ଆମେ ରାଣୀ

କାଲି ପରି ଲାଗେ ସବୁ କାହାଣୀ

ବୟସ ଚାଲୁଥାଏ ଖାଲି ଯାହା

ମନରେ ଥାଏ ପିଲାବେଳେର ଅନେକ କାହାଣୀ

ସେ ସ୍ମୃତି ନା କେବେ ସରେ ବୟସ ସହ

ଯାହା ଖାଲି ବଢେ କେବେ କେହି କମିବାର ଦେଖିନାହିଁ

ହୃଦୟର ଡାକ ସେ ପିଲାବେଳେ

ଏହିଯେ ସତ୍ୟ ଗଲାବେଳ କଣ ଫେରେ?

ଯାହା ଖାଲି ଛାଡିଯାଏ ଅନେକ ସ୍ମୃତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children