ଇ ମାଟିର କଥା
ଇ ମାଟିର କଥା
1 min
410
ପ୍ରକୃତି ର କୋଳ ଖଣି ଓ ଜଙ୍ଗଲ
ଇ ମାଟି ହିଁ କଥା କହେ
ସୁଚାରୁ କୁସୁମ ସୁମଧୁର ଫଳ
ସଭିଙ୍କର ମନ ମୋହେ।
ଏ ମାଟି ଜନମି ରାଧାନାଥ କବି
ବାପୁ,ନେହେରୁ,ସୁବାଷ
ପର୍ବତ ବନାନୀ କୋଇଲି ର କୁହୁ
ମହୁ ମହୁଲର ବାସ ।
ପୁଣ୍ୟତୋୟା ଗଙ୍ଗା ସିନ୍ଧୁ ଓ କାବେରୀ
ଝରଣା ବହେ ସତ୍ଵରେ
ପବିତ୍ର ଯମୁନା ଧୁଏ ଯା ଚରଣ
ଯବାନ ଜଗେ ସୀମାରେ ।
ସୁଶୀତଳ ଜଳ ସୁନ୍ଦର କମଳ
ମଧୁ ବାବୁ ,ଗଙ୍ଗାଧର
ପବିତ୍ର ମାଟିରେ ଜନମ ଲଭିଣ
ଧନ୍ୟ ଜୀବନ ଆମର ।
ଦିବା ନିଶି ଚେଇଁ ଦେଶର ସୀମାରେ
ଜଗି ରହିଛି ଯବାନ
ଧନ୍ୟ ଏହି ମାଟି ଧନ୍ୟ ଆମ ମାଆ
ହୋଇଛୁ ଆମେ ମହାନ ।
ପୁରୀ, ଚନ୍ଦ୍ରଭାଗା କୋଣାର୍କ,ଧଉଳି
ଏ ମାଟିର ମୂକ ସାକ୍ଷୀ
ଏ ମାଟିର ବର ପୁତ୍ର ଙ୍କ ଗରବ୍
ଧନ୍ୟ ସେହି ଚକା ଆଖି ।
