କହିଦେବ ସିଏ ଆଗ ଯିଏରେ
କହିଦେବ ସିଏ ଆଗ ଯିଏରେ
ମାଟି ସାଥେ ହୋଇ ମାଟି
କିଏ ଲାଗିଥାଏ ଆନ ହିତରେ
ମଧୁମାସ ଇଏ ବୋଲି
କିଏ କହିଦିଏ ମିଠା ଗୀତରେ ।
ଶୁଖିଥିବା ନଈ,ନାଳ
କିଏ ଭରିଦିଏ ଗୋଳି ପାଣିରେ
ସକାଳେ ନରମ ଖରା
କିଏ ଧରଣୀକି ଦିଏ ଆଣିରେ ।
ସଫା ଆକାଶର ଦେହେ
କିଏ ଇନ୍ଦ୍ରଧନୁ ଦିଏ ଆଙ୍କିରେ
କଅଁଳା ଛୁଆକୁ ଧୀରେ
କିଏ ନିଜ କୋଳେ ଧରେ ଜାକିରେ ।
ଦିନ ପରେ ରାତିଟିଏ
କିଏ ଆମ ପାଇଁ ଆଣେ ଏଠାରେ
ରାତି ପରେ ଦିନ ଆଣେ
କିଏ ସତ
େ ପୁଣି ଥାଏ ସେଠାରେ ।
ଶିଶୁ ହସେ ଖିଲି ଖିଲି
କିଏ ସିଏ ଯେବେ ଧରେ କାଖରେ
ଫୁଲ ଖେଳେ ଝୁଲି ଝୁଲି
କିଏ ସିଏ ଯେବେ ଥାଏ ପାଖରେ ।
ଦେଖିଦେଲେ ମୂଷାଟିଏ
କିଏ ଡେଇଁପଡେ ବଡ ମଜାରେ
ମଣିଷକୁ ଭଲ ଗୁଣ
କିଏ ଆଣିଦିଏ ଶହେ,ହଜାରେ ।
ଗୀରିଷମେ ହିମ ଛାଇ
କିଏ ରଖିଥାଏ ଚଲା ବାଟରେ
କରିଦେବା ଲାଗି ପାରି
କିଏ ଜଗିଥାଏ ନଈ ଘାଟରେ ।
କରି ଏଇ ସବୁ କାମ
କରାଉଥାଏ ସେ ପୁଣି କିଏରେ
ଦେବି ଗୋଟେ ଚକଲେଟ
କହିଦେବ ସିଏ ଆଗ ଯିଏରେ ।