STORYMIRROR

Sunanda Mohanty

Inspirational Children

4  

Sunanda Mohanty

Inspirational Children

ଆସ ପୋତିଦେବା ଚାରାଟିଏ

ଆସ ପୋତିଦେବା ଚାରାଟିଏ

1 min
408


  

ଆସ ପୋତିଦେବା ଚାରାଟିଏ 

ବଡ଼ ହୋଇ ହେବ ଦ୍ରୁମ ଗୋଟିଏ 

ବାଣ୍ଟିଯିବ ଅମ୍ଳଜାନ ସିଏ 

ଦେଉଥିବ ସଦା ଛାଇ ଟିକିଏ 

ଫଳ ଫୁଲ ଭାରେ ମୁଣ୍ଡ ନୂଆଁଏ 


ଆସ ପୋତିଦେବା ଚାରାଟିଏ 

ବଡ ହୋଇ ପକ୍ଷୀ ବସା ସେ ହୁଏ 

ପଥିକ ଟିକିଏ ଥକ୍କା ମେଣ୍ଟାଏ 

ଫୁଲରୁ ନନା ଜାତି ଔଷଧ ହୁଏ 

ତା ଫଳ ଶରୀର ସୁସ୍ଥ ରଖିଥାଏ 


ଆସ ପୋତିଦେବା ଚାରାଟିଏ 

ବିଶ୍ୱାସର ମନ୍ତ୍ର ବୁଣେ ଏକା ସିଏ 

ଶୁଦ୍ଧ ନିଃଶ୍ୱାସର ଭରସା ସେ ଦିଏ 

ତା ପତ୍ରରେ ଔଷଧୀୟ ଗୁଣ ଭରା ଥାଏ 

ପଶୁଙ୍କ ନିର୍ଭୟ ଆଶ୍ରୟସ୍ଥଳୀ ସିଏ 


ଆସ ପୋତିଦେବା ଚାରାଟିଏ 

ମଣିଷ ର ଉପକାରୀ ବନ୍ଧୁ ସିଏ 

ପଶୁ ପକ୍ଷୀଙ୍କର ଅସରା ଆସରା ଯିଏ 

ତା ଯତ୍ନ ନେଲେ ଆମ ଧର୍ମ ହୁଏ 

ଛନ୍ଦ ଜାଣେ ନାହିଁ ନିଃସ୍ଵାର୍ଥପର ସାହା ହୁଏ 


ଆସ ପୋତିଦେବା ଚାରାଟିଏ 

ଯା ଛାଇରେ ଦୁଇ ଘଡ଼ି ଯୋଗ ଶିଖିହୁଏ 

ଡାଳରେ ଖେଳି ଦୋଳି ସଭା ସମିତି ମେଳି 

 କରାଯାଏ, ପୁଣି ସମଗ୍ରସତ୍ତା ତା ଦେଇଦିଏ 

ତା ଯୋଗୁଁ ବରଷା ବେଉସା ମାନ ରହେ 

ଆସ ପୋତିଦେବା ଚାରାଟିଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational