STORYMIRROR

Papu parida

Children Stories Inspirational Children

4  

Papu parida

Children Stories Inspirational Children

ଆସରେ ଭଉଣୀ ଆସରେ ଭାଇ

ଆସରେ ଭଉଣୀ ଆସରେ ଭାଇ

1 min
475


ଆସ ରେ ଭଉଣୀ ଆସ ରେ ଭାଇ

ହାତରେ ଦିଅ ମୋ ହାତ ମିଶେଇ

ପ୍ରକୃତିର ହସ ଦେଖିବା ପାଇଁରେ

ଚାଲ ତାକୁ ଆମେ ଦେବା ସଜେଇ।


ପ୍ରକୃତି ଚାହୁଁଛି ସବୁଜ ଶାଢ଼ୀ

ଗୁଳ୍ମ ତରୁ ଲତା ଧାଡ଼ିକୁ ଧାଡି

ଆଜିର ଚାରା ଟି କାଲି ଗଛ ହୋଇ

ଫଳ ଫୁଲ ଛାଇ ଦେବ ଅଜାଡ଼ି।


ଗଛ ଲଗାଇବା ସଭିଏଁ ମିଶି

ଧରଣୀ ମାଆ ଯେ ହୋଇବେ ଖୁସି

ସ୍ନେହ ଆମ ଦେଖି ତରଳି ଯିବ ସେ

ଆଉ କେବେ ବି ସେ ଯିବନି ରୁଷି।


ଗୋଟିଏ ପିଲାର ଗୋଟିଏ ଗଛ

ସତ ମୁଁ କହୁଛି କହୁନି ମିଛ

ଦିଏ ଅମ୍ଳଜାନ ଅଟଇ ଜୀବନ

ବାୟୁ ମଣ୍ଡଳକୁ କରଇ ସ୍ୱଚ୍ଛ।


ସର୍ବେ ମିଳିମିଶି କଲେ ଯତନ

ବସୁଧାରାଣୀ ଯେ ହେବ ପ୍ରସନ୍ନ

ଉପଯୁକ୍ତ ବର୍ଷା ସ୍ୱଚ୍ଛ ପବନରେ

ସୁଖମୟ ହେବ ଆମ ଜୀବନ।


ସମୟ ଏବେ ରେ ସୁଝିବା ଋଣ

ଗୋଟିଏ ଉପାୟ ବୃକ୍ଷରୋପଣ

ପ୍ରକୃତି ସୁରକ୍ଷା ତାରି ସେବା ଲାଗି

ଆସ ରେ ସଭିଏଁ କରିବା ପଣ।


ଆସ ରେ ଭଉଣୀ ଆସ ରେ ଭାଇ

ହାତରେ ଦିଅ ମୋ ହାତ ମିଶେଇ

ପ୍ରକୃତିର ହସ ଦେଖିବା ପାଇଁରେ

ଚାଲ ତାକୁ ଆମେ ଦେବା ସଜେଇ।



Rate this content
Log in