STORYMIRROR

Bijoy Jena

Inspirational Others Children

4  

Bijoy Jena

Inspirational Others Children

ବିବେକାନନ୍ଦ ଙ୍କ ମହାନତା

ବିବେକାନନ୍ଦ ଙ୍କ ମହାନତା

1 min
590

ବିବେକାନନ୍ଦଙ୍କ   ଜୀବନର ଏକ

   ଘଟଣା କରେ ବର୍ଣ୍ଣନା

ରେଳ ଯାତ୍ରାକାଳେ ଗୋଟିଏ ଷ୍ଟେସନେ

    ଅଟକ ରହିଲା ଟ୍ରେନ।


 ଧୀରେଧୀରେ ଏହି  ଖବର ପାଇକି   

  ଲୋକେ ହେଲେ ସମାବେଶ

ଲୋକଙ୍କ ସମସ୍ୟା  ସମାଧାନ କରି

   ଭୁଲି ଗଲେ ଭୋକ ଶୋଷ।


ଦ୍ୱିତୀୟ ଦିନର  ରାତ୍ର କାଳେ ଜଣେ

   ନିର୍ଦ୍ଧନ ବ୍ୟକ୍ତି ଯେ ଆସି

ଦୁଃଖ କରି କହୁ  ଥିଲେ ମୃଦୁ କଣ୍ଠେ

    ଖାଦ୍ୟ ଦେବିକି ପରଷି।


ସହାସ୍ୟ ବଦନେ  ସ୍ୱାମୀଜୀ କୁହନ୍ତି

   ନିଜ ଖାଦ୍ୟ ଯଦି ଦିଅ

କହୁ କହୁ କହି  ଦେଲେ ସେ ନିର୍ଦ୍ଧନ

    ମୁଁ ତ ମେହେନ୍ତର ପୁଅ।


ଏ କଥାକୁ ଜମା    ଖାତିର ନ କରି

    ତା' ହାତ ପରଷା ଖାଦ୍ୟ

ସନ୍ତୋଷରେ ଖାଇ  ଆଶିଷ ଢ଼ାଳିଲେ

    ଆହା କେଡେ ଶାନ୍ତ ଭଦ୍ର।


ଅନ୍ୟ ମାନେ ମଧ୍ୟ  ସ୍ୱାମୀଜୀଙ୍କ ପ୍ରତି

    ଘୃଣାରେ ଟେକିଲେ ନାକ

ଧୈର୍ଯ୍ୟଧରି ସ୍ୱାମୀ  କହୁଥିଲେ ସେଠି

    ଏଇତ ଶ୍ରେଷ୍ଠ ବିବେକ।


କ୍ଷୁଧାତୁରେ ଖାଦ୍ୟ  ପ୍ରଦାନ କରିଲେ

    ସେ ଅଟେ ମାନବ ଧର୍ମ

କର୍ମଚାରୀ ଭାଇ   ଦିଵ୍ୟ କର୍ମ କରି

      ହୋଇ ଅଛନ୍ତି ମହାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational