STORYMIRROR

Samar Ballav Bhoi

Abstract Children Stories Inspirational

4  

Samar Ballav Bhoi

Abstract Children Stories Inspirational

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
550


ପିଲାଦିନ ତ ସ୍ମୃତିର ପସରା 

ବର୍ଷା ଦିନ କଥା ଭାରି ନିଆରା

ରିମଝିମ୍ ବର୍ଷା ସଙ୍ଗେ 

କାଗଜ ଡଙ୍ଗା ଭସାଇବା ର ମଜା

କେତେ ତ .....

ଚାଳ ଛଫର ଓ ଟାଇଲି ଛପର ଘର 

ଅଗଣା ଚାଳରୁ ବର୍ଷା ପାଣି ର 

ଗଡାଣିଆ ସ୍ରୋତ

କାଗଜ ଖଣ୍ଡକୁ ମୁଡିମାଡି 

କରିଦିଏ କାଗଜର ଡଙ୍ଗା

ତାପରେ ଭସାଇ ଦିଏ 

ଚାଳଛପର ଓଳିରୁ ପଡୁଥିବା 

ଗଦଗଦ୍ ବର୍ଷା ପାଣିରେ ...

କ'ଣ ସେ ନିଆରା ଦୃଶ୍ୟ...

କି ଆନନ୍ଦ ଲୁଚି ଥାଏ 

ସେହି କାଗଜ ଡଙ୍ଗାଟିଏ

ଭାସିଭାସି ଯାଉଥାଏ 

ବର୍ଷା ପାଣିରେ ବିନା ଆହୁଲାରେ..!!

ଜୀବନ ସାରା ଏମିତି 

କେତେ ଯେ ଜୀବନ ଡଙ୍ଗାକୁ 

ଦୁଃଖ ଆଉ ସୁଖର ଜଞ୍ଜାଳ ନଈରେ

ଖାଲି ବିଶ୍ବାସର ଆହୁଲା ମାରି ମାରି 

ବଂଚିବାର ଦିଗନ୍ତ ଆଶା ଓ ଭରସାରେ

ନାଉରି ହୋଇ ଆଗକୁ ବହୁତ ଆଗକୁ.....!!


କେତେ କଷ୍ଟ ଏ ଜୀବନର ନଈ

କେତେ ବେଳେ ଦୁଃଖର ଗଭୀରତା

ପୁଣି କେତେବେଳେ ସୁଖର ଲହରୀ ଜାରି

ବୁଝି ପାରୁନି ମୁଁ କାଗଜ ଡଙ୍ଗାଟିଏ

ଜୀବନର ଗତିପଥ ସହ ସମ୍ପୁର୍ଣ୍ଣ ଜଡ଼ିତ

ସେ ସ୍କୁଲ ବେଳ ପାଠପଢ଼ା 

ଆଉ କାଗଜ ଡଙ୍ଗାର ସହ ସମୟ 

ଅନେକ କିଛି ନିଆରା ପଣ 

ମନକୁ ଆନ୍ଦୋଳିତ କରେ.....!!


ଅତୀତର କଥା ସବୁ 

ଭାସିଯାଏ ବର୍ଷା ପାଣିରେ

କାଗଜ ଡଙ୍ଗାଟିଏ ହୋଇ

ସ୍ତର ସ୍ତର ହୋଇ ଖୁସି ସବୁ ଲୁଚିଥାଏ

ବର୍ଷାର ପାଣି ଗଡାଣିଆ ସ୍ରୋତରେ...!!


ସ୍କୁଲ ପାଠପଢ଼ା ଓ ଖେଳ ଭିତରେ

ଲୁଚିକରି ରହିଥାଏ କିଛି ଭବିଷ୍ୟତ

କାଗଜ ଡଙ୍ଗାଟିଏ ଭସାଇବା ବେଳେ

ସ୍ବପ୍ନ ସବୁ ମିଶି ମିଶି ବଢିଚାଲେ 

ଭବିଷ୍ୟତର ଗଭୀରତା ଭିତରେ

ଡଙ୍ଗାଟିଏ ହୋଇ ସ୍ବପ୍ନ ସବୁ ଧିରେ ଧିରେ

ଭାସିଯାଏ ଚାଳ ଗଡାଣି ପାଣିରେ...!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract