STORYMIRROR

Sahil Kumar Das

Abstract

2  

Sahil Kumar Das

Abstract

ପୀରତି ଚାହାଣୀ ଗଜଲ

ପୀରତି ଚାହାଣୀ ଗଜଲ

1 min
130

ମୃଦୁ ମଦ ନିଶା ମନ୍ଦେ ମନ୍ଦେ ଯେବେ

ମୁଣ୍ଡକୁ ମୋହର ଚଢେ

ଗୋଲାପୀ ସଞ୍ଜର ଗୋଧୂଳି ବେଳରେ

ତମ କଥା ମନେ ପଡ଼େ

ଅମୋଦିତ ଲାଗେ ଶିହରଣ ଭରେ

ବଢାଏ ହୃଦୟ ସ୍ପନ୍ଦନ

ଗୋଲାପୀ ରଙ୍ଗରେ ଭରିଯାଏ ସବୁ

ପ୍ରୀତିଭରା ଫୁଲ ବନ

ସେଇ ଫୁଲ ବନେ ଆସ ଯେବେ ତୁମେ

ଚୁପିଚୁପି ପାଦ ଚିପି

ମତୁଆଲା ହୁଏ ଅଝଟିଆ ମନ

ଦୁଷ୍ଟମୀ ଚାହାଣି ଦେଖି

ଦେଖେ ଯେବେ ତୁମ ହରିଣୀ ଆଖିରେ

ଅନୁରାଗ ଭରା କଜ୍ଵଳ

ହଜେଇ ନିଜକୁ ଲେଖି ବସେ ସେଠି

ପୀରତି ଚାହାଣୀ ଗଜଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract