ପିଆଲା ଓ ପ୍ରିୟତମା
ପିଆଲା ଓ ପ୍ରିୟତମା
ରାତି ଯେତେବେଳେ କଥା କହୁଥାଏ
ତୁମରି ପରଶ ପାଇ
ଗଢି ହୋଇଯାଏ ସ୍ୱପ୍ନର ମହଲ
ବହେ ଜୋଛନାର ନଈ
ଜୋଛନାରେ ତୁମେ ଭିଜି ଭିଜି ଆସ
ଭିଜାଇ ଦିଅ ମୋ ଦେହ
ତୁମ ପ୍ରୀତିଭରା ସ୍ପର୍ଶ ଦେଇ ମୋର
ସବୁ କଷ୍ଟ ହରିନିଅ
ରଙ୍ଗ ଭରିଦିଅ ରାତିର ଦେହରେ
ପିଆଲାରେ ଦିଅ ଛୁଆଁ
ମଧୁର ମଧୁର ମଦିରା ପିଆଇ
ଦେହେ ଜାଳିଦିଅ ନିଆଁ
ରାତି ବଢୁଥାଏ ନିଶା ଚଢୁଥାଏ
ତୁମେ ବି ମାତାଲ ହୁଅ
ମରଣ ଭିତରେ ଜୀବନର କଥା
ମୋ କାନରେ କହୁଥାଅ

