STORYMIRROR

Bijay Prusty

Romance

3  

Bijay Prusty

Romance

ପିଆଲା ଓ ପ୍ରିୟତମା

ପିଆଲା ଓ ପ୍ରିୟତମା

1 min
291

ରାତି ଯେତେବେଳେ କଥା କହୁଥାଏ

ତୁମରି ପରଶ ପାଇ

ଗଢି ହୋଇଯାଏ ସ୍ୱପ୍ନର ମହଲ

ବହେ ଜୋଛନାର ନଈ


ଜୋଛନାରେ ତୁମେ ଭିଜି ଭିଜି ଆସ

ଭିଜାଇ ଦିଅ ମୋ ଦେହ

ତୁମ ପ୍ରୀତିଭରା ସ୍ପର୍ଶ ଦେଇ ମୋର

ସବୁ କଷ୍ଟ ହରିନିଅ


ରଙ୍ଗ ଭରିଦିଅ ରାତିର ଦେହରେ

ପିଆଲାରେ ଦିଅ ଛୁଆଁ

ମଧୁର ମଧୁର ମଦିରା ପିଆଇ

ଦେହେ ଜାଳିଦିଅ ନିଆଁ


ରାତି ବଢୁଥାଏ ନିଶା ଚଢୁଥାଏ

ତୁମେ ବି ମାତାଲ ହୁଅ

ମରଣ ଭିତରେ ଜୀବନର କଥା

ମୋ କାନରେ କହୁଥାଅ


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance