STORYMIRROR

Gyanaranjan Sahoo

Comedy

2  

Gyanaranjan Sahoo

Comedy

ପି. ସି. ମାଉସୀ

ପି. ସି. ମାଉସୀ

1 min
13.7K


କଣ କଲା ସେ ପି. ସି.

ନେତାଠୁ ପିଅନ ସଭିଙ୍କୁ ଗଲାଣି ଗ୍ରାସି

ଉପର ମହଲେ ଯେତେ ଫୋପାଡ଼ିଲେ

କିରାଣୀ ଚପରାସୀ,

ଫାଇଲ୍ ଉପରେ ଯାଆନ୍ତି ବସି

ଚାଲିବ ଫାଇଲ୍ ଗିଦି ଗିଦି ହୋଇ

ଟଙ୍କା ଶୁଙ୍ଘେଇଲେ ହସି ହସି ।


ଭିଜିଲାନ୍ସ ଭାଇ ସି.ବି.ଆଇ. ସାଇଁ

କରୁଛନ୍ତି ଯେତେ ଖେଳ

ଗାଁ ଗୋଳି କଲେ କାଁ ଭାଁ ଥରେ

ଧରନ୍ତି ଗୋଟେ ଶେଉଳ

ବରଷ ସାରା କୋର୍ଟ ଦଉଡି

ଜାଲୁ ଖସନ୍ତି କେରାଣ୍ଡି ଦଳ ।


ଗାଁ ସ୍କୁଲରେ ପୂର୍ଣ୍ଣ ସା'ରେ

ନୀତି ଆଦର୍ଶ ଶିଖାନ୍ତି ନିତି

ଗାନ୍ଧୀ ଗୋପବନ୍ଧୁ ଦେଶର ପିଲାଏ

ଦେଖାନ୍ତି ତାଙ୍କର ମତି

ବାପା କକା ପି. ସି. ମାଉସୀ କବଳେ

ଦବା ନବାରେ ନ ଥାଏ ଭ୍ରାନ୍ତି ।


ପିତା ମାତା ଗୁରୁ ଭ୍ରଷ୍ଟାଚାରୀ ହେଲେ

ପିଲା କି ହୋଇବ ସାଧୁ

ଦେଶ ସେବା ପାଇଁ ଶପଥ ନେଇକି

ପାଲଟଇ ଦେଖ ରାଧୁ

ନୀତି ନିୟମର ରକ୍ଷକ ସାଜିକି

ପି. ସି. ପିଉସୀଠୁ ପିଏ ମଧୁ ।


ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ପି. ସି. କାରବାର

ଅଛପା କାହାକୁ ଭାଇ

ମଳିମୁଣ୍ଡିଆଙ୍କ ରକ୍ତ ନ ପିଇଲେ

ସରକାରୀ ଚାକିରିରେ ମଜ୍ଜା କାହିଁ ?

ଠିକାଦାର ଗୁଣ୍ଡା ଦଲାଲଙ୍କୁ ଧରି

ପି. ସି.ରେ ବାବୁଏ ବାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy