Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Comedy

3  

Kalpana Kumari Pradhan

Comedy

ଚୋର

ଚୋର

1 min
169


ଶଶୁର ଘରେ ଜ୍ୱାଇଁର ଭାରି ଖାତର

 କୁଣିଆ ସାଜିଛି ବାହାଘରପରେ ପ୍ରଥମ ଥର l


ସୁ ସ୍ବାଦୁ ବ୍ୟଞ୍ଜନ ଭଳିକି ଭଳି

ପରସି ଦିଅନ୍ତି ସରାଗେ ମୋ ଶାଳୀ l


ବାରଣ ସତ୍ୱେ ସେନେହ କୁ ଦେଖି 

 ଆବଶ୍ୟକ ଠାରୁ ଅଧିକ ଦେଲି ଭକ୍ଷୀ l


ମହାନନ୍ଦରେ ମେଲାଣି ନେଲି ସେହି ଠାବୁ

ଅଧ ବାଟଟାରେ ପେଟ ରା଼ଭୂ ରା଼ଭୂ l


ଦେଖିଲି ନଇଟେ ଯାଉଛି ସେଠି ବହି

ସଞ୍ଜ ନଇଁଲାଣି ମାଛି ଅନ୍ଧାର ହୋଇ l


ଚାଦର ଖଣ୍ଡକ ଅଣ୍ଟାରେ ମୋବାଇଲ ଟର୍ଚ୍ଚ

ନଇ କୂଳକୁ ଧାଇଁଲି ହେବାପାଇଁ ଶୌଚ l


ସୁଯୋଗ କୁ ଉଣ୍ଡି ଚାହିଁଥିଲା ଚୋର

ପ୍ୟାଣ୍ଟ ସାର୍ଟ ସଙ୍ଗେ ସାଇକେଲ ମୋର l


ଭାଗ୍ୟ କୁ ଗାମୁଛା ଆଉ ମୋବାଇଲ

ରହିଥିଲା ସାଥେ ମୋର ହୋଇ ଢାଳ l


ପୋଷାକ ମୋର ଝଅଟ ଆଣି ଆସ

ଖାଲି ଦେହେ ନଇପଠାରେ ଉଡିଲାଣି ହୋସ l


ଚାଦର ଖଣ୍ଡକରେ ଠିଆ ହୋଇ ମୋର

ଇଜ୍ଜତ ଗଲାଣି ସରି ମାଡିବିନି ଶଶୁରଘର l


Rate this content
Log in

Similar oriya poem from Comedy