STORYMIRROR

Kalandi pal

Comedy

3  

Kalandi pal

Comedy

ଆସ ହସିବା (ଭାଗ -୨)

ଆସ ହସିବା (ଭାଗ -୨)

1 min
123


  ଗାଳି ଖାଇବାଟା ପକ୍କା

କାହାକୁ ଡାକିବି ମଉସା ଏଠି ଲୋ

    କାହାକୁ ଡାକିବି କକା

  ଧଳା,ବାଳେ କଳା ରଙ୍ଗ ଲିପା

ଅନ୍ଥରା, କନ୍ଥରା ଯେତେ ଦର ବୁଢ଼ା

   ସଭିଏଁ ଦିଶନ୍ତି ଟୋକା ।।


    ଘରକୁ ଅଡ଼ୁଆ ବୁଢ଼ା

ଭଲ ପାଇ ପୁଅ ଆଣିଛି ବୋହୂଟେ

   କାହିଁ କେତେ ପାଠ ପଢା  ହେଲେ,

କଥା ତାର ତେଢ଼ା ମେଢ଼ା

ତାର ଆଇନରେ ନ ଗଲେ ଏଠାରେ

   ଘରୁ ଖାଇବ ତ ତଡ଼ା ।।


    ମୂଷାକୁ ଜଗିଛି ପୁଷି

ଦିନେ ନ ଆସିଲେ ଧରମ ଭାଇ ଟା

    ଘରଣୀ ବସଇ ରୁଷି 

ମନେ ମନେ ମୋତେ ଭାବୁଛି ସେ ସତେ

    ବୋଦାରୁ ହେଲେଣି ଖାସି ।।


    ଗାଡି ଚାଲେ ସାଇଁ ସାଇଁ

କଥାରେ କାମରେ  ରୂପରେ ବର୍ଣ୍ଣରେ

    ଶାଳୀଟା ମୋ ଚାଇଁ ଚାଇଁ

  କୁହେ,ମନ ମୋର ତୁମ ଠେଇଁ

ଭଉଣୀକୁ ମୋର   ଛାଡ ପତ୍ର ଦେଇ

    ମୋତେ ନେଇ ଯାଅ ଭାଇ ।।


    ସମୁଦ୍ରରେ ଉଠେ ଢେଉ

ଭଲ ପାଇ ମୋତେ ଗଲୁ ଅନ୍ୟ ସାଥେ

    ଧରମଟି ତୋତେ ସହୁ

ଆର ବରଷକୁ   କୋଳରେ ତୋହର

   କୁକୁର ଛୁଆଟେ ହେଉ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy