STORYMIRROR

Kalandi pal

Comedy

3  

Kalandi pal

Comedy

କଥା ଧୁଆଁ ବାଣ କାମଟି ଶୁନ

କଥା ଧୁଆଁ ବାଣ କାମଟି ଶୁନ

1 min
141


କଥା ଧୁଆଁ ବାଣ କାମରେ ଶୂନ

ବହେ ଏହି ବାଆ ଦେଶ ତମାମ ।।


ଭୋଟ ବେଳେ ନେତା ପାଖକୁ ଯାନ୍ତି

କେତେ ମିଛ ସତ   କହି ଆସନ୍ତି ।।


ସାଢେ଼ ଚାରି ବର୍ଷ ଖାଇ ଶୁଅନ୍ତି

ଛଅ ମାସ ଥାଇ ନିଦ ଭାଙ୍ଗନ୍ତି ।।


ନୂଆ ନୂଆ କେତେ ଯୋଜନା ଖଞ୍ଜି

ଜୋତିଷ ଡାକିକି  ଦେଖନ୍ତି ପାଞ୍ଜି ।।


ବଡ ସମାରୋହ  ହୁଏ ସବୁଠି

ନାଲିଆ ନେଳିଆ ପଥର ପୋତି ।।


ଶୁଭ ଉଦ୍ଘାଟନ   ସବୁଠି ହୁଏ

କାମରେ ଠିକଣା କିଛି ନ ଥାଏ ।।


କେଉଁଠି କାମଟି  ହେଉଛି ଅଧା

ଟଙ୍କା ଖାଇଗଲେ ବଡ ପୁରୋଧା ।।


ବିରୋଧ ହୋଇଲେ ଦଳକୁ ଦଳ

ଟଙ୍କା ଫୋପାଡ଼ିଲା ଶାସକ ଦଳ ।।


ମୁଖିଆ ପକେଟ ହେଲା ଗରମ

ସବୁ ଆନ୍ଦୋଳନ ହେଲା ନରମ ।।


ଦିଅନ୍ତି ନେତାଏ କେତେ ଭାଷଣ

ମାଆକୁ ସମ୍ମାନ  ଗାଆଁକୁ କାମ ।।


ମାଆ ବୋଲି ଯା'କୁ କୁହନ୍ତି ମୁହେଁ

ତାକୁ ଧରି ପୁଣି ହୋଟେଲ ଯାଏ ।।


ଧରା ପଡିଗଲେ  ଅଳିଆ ସଫା

ସବୁ ଦଫା କରେ ଘଡ଼ିକେ ରଫା ।।


ଗାଆଁ ଗାଆଁକୁ ସେ କାମ ଦିଅନ୍ତି

ସବୁଠାରୁ ମୋଟା  ପଣି ନିଅନ୍ତି ।।


ଭାଙ୍ଗି ତୁଟି ଯାଏ   ଅଳପ ଦିନେ

ମରାମତି ନାମେ ପୁଣି ସେ ଆଣେ ।।


ରାଜକୋଷ ଏଠି ହୁଅଇ ଶୁନ

ଋଣ ଭାର ବଢ଼ି  ଦିନକୁ ଦିନ ।।


ନିଜେ ବଞ୍ଚିଥିଲେ ବୋପାର ନାଆଁ

ଭାସି ଯାଉ ପଛେ ସାରା ଦୁନିଆଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy