STORYMIRROR

Bishnupriya Panda

Children Stories Comedy

3  

Bishnupriya Panda

Children Stories Comedy

ହସ ହସ ହା... ହା.... ହା

ହସ ହସ ହା... ହା.... ହା

1 min
113


ଭାରି ଧୀରସ୍ଥିର ଶିକ୍ଷକ ଆମର

ହୋଇଥିଲେ ଟିକେ ମୋଟା

ସକାଳ ଚାଲିବା ଚାଲିଲେ କମିବ

ନ ହୋଇବ ଆଉ ପେଟା l

ନାରୀଙ୍କ କଥାରେ ଦିନେ ସକାଳରେ

ଉଠି ପଳାଇଲେ ଚାଲି

ନିଛାଟିଆ ଏକ ବାଟରେ ପହଞ୍ଚି

ଦେଖିଲେ କୁକୁର ଖାଲି l

କୁକୁରଙ୍କ ମେଳା ସେଦିନ କି ଥିଲା

ପାରିଲେନି ସେହି ଜାଣି

ତାଙ୍କର ରଡ଼ିରେ ଭୀତତ୍ରସ୍ତ ହୋଇ

ଅଟୋ କରିଦେଲେ ପୁଣି l

ସ୍ତ୍ରୀ ଦେଖିକରି ଅବାକ ହୋଇଲେ

ପାଞ୍ଚ ମିନିଟ୍ ଚାଲିଲେ

ପେଟ କି କମିବ ଆହେ ପ୍ରାଣଧବ

ପ୍ରମାଦ ପଡିବ ଭଲେ l

 ଶିକ୍ଷକ କହିଲେ ପେଟ ମୋର ଥାଉ

ପିତୃଦତ୍ତ ପ୍ରାଣ ଥାଉ

ପେଟ କମୁକମୁ ପ୍ରାଣ ଯଦି ଯାଏ

ଫେରି କି ପାଇବି ଆଉ l

ନ ଧରିବ ଦୋଷ ଏ ହସ ଦିବସ

ମେ, ମାସ ରବିବାର

ହସି ହସାଇବା ସକଳ ଜନଙ୍କୁ

ଏହା ମୋର ଅଧିକାର।



Rate this content
Log in