STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଶରୀର ଗ୍ୟାରେଜ

ଶରୀର ଗ୍ୟାରେଜ

1 min
204


     (ରମ୍ୟ ରଚନା) 


ଦେହ ଗାଡ଼ି ମୋର ଖରାପ ହେଲାଣି

   ଗ୍ଯାରେଜ୍ ମୁଁ ଯାଉଅଛି,

ବୋର୍ ପିଷ୍ଟନ୍‌ଟା ଖାଇ ସାରିଲାଣି

   ବ୍ରେଏକ୍‌ କୋଉ ଧରୁଛି?

ଇଞ୍ଜନିଟା ମୋର କାମ ଖୋଜିଲାଣି

   ଷ୍ଟାର୍ଟ ଆଉ ହେଉନାହିଁ,

କିକ୍‌ ମାରିମାରି ଥକିପଡିଲିଣି

   ମନ ଭଲ ରହୁନାହିଁ।

ତେଲ ପୋଡିବାଟା ସାର ହୁଏ ଯାହା

   ଗଡୁ ନାହିଁ ମୋର ଗାଡ଼ି,

ପେଲି ଠେଲି ତାକୁ ବଳିଆ ଠାକୁର

   ଗ୍ଯାରେଜ୍‌ ଗଲି ବାହାରି।

ଗାଡ଼ି ଦେଖି ପ୍ରଭୁ ପରାମର୍ଶଦେଲେ

   ବହୁତ କିଛି ଲାଗିବ,

ଯେଣୁ ଦୀନ ଦୁଃଖୀ ମୁଁ ଭାବିଲି ଆଜି

   ଗାଡ଼ି ମୋ କି ସଜ ହେବ?

ଚେନ୍ ପକେଟମୋ ଖାଇ ତ ଗଲାଣି

    ପକେଇ ପାରୁନି ନୂଆ,

କେମିତି ଟା଼ୟାର ଟିଉ ପକେଇବି

   ମୁଣ୍ଡ ମୋ ବିଗିଡେ‌ ଯାହା।

ଗ୍ୟାରେଜ୍ ମିସ୍ତ୍ରୀ କହିଲେ ଏ ଗାଡ଼ି

   ଏମିତି ସେମିତି ନୁହେଁ,

ଦୁର୍ଲ୍ଲଭ ନିଆରା ଭିନ୍ନ ଇଞ୍ଜିନିୟରିଂ

   ଗାଡ଼ିର ମାନ ବଢାଏ।

ଆଜିକା କମ୍ପାନୀ ଏହିଭଳି ଗାଡ଼ି 

   ତିଆରି କରି ନ ଥାଏ,

ଗାଡ଼ିରେ ଲାଗିଛି ଉନ୍ନତ ମାନର

   ମସ୍ତିଷ୍କ ଇଞ୍ଜିନିଟିଏ।

ଦୁଇ ଗୋଡ଼ ଏହି ଗାଡିର ଟାୟାର

   ହାତ ଦୁଇ ଷ୍ଟିଅରିଙ୍ଗ୍,

ବୁଦ୍ଧି ବିବେକର ମୋବିଲ ଖାଉଛି

   ଗାଡ଼ି ପ୍ରେମ ପେଟ୍ରୋଲିଙ୍ଗ୍।

ମୁହଁଟି ଗାଡ଼ିର ଆଗ ଭାଇଚର୍

   ଆଖି ଦୁଇଟି ଲାଇଟି,

ପାଟିଟା ତାହାର କରୁଛି ଚିତ୍କାର

   ସତେ କି ହର୍ଣ୍ଣ ବାଜୁଛି !

ମନ ଜ୍ଞାନ ଦେଇ ଏ ଗାଡ଼ି ଚଳେଇ

   ଭବପଥ ପାର ହୁଅ,

ରାଗ ଦ୍ଵୈଷ ଯଦି ପକେଟରେ ରଖ

   ଧକ୍କା ହେବ ତ ନିଶ୍ଚୟ।

ଗାଡ଼ିର ଟ୍ରାଫିକ ନିୟମ ଜାଣିବ

   ପୁରାଣ ପୋଥିକୁ ପଢ,

ଟିକେ ଭାବ ଆଉ ସତ୍ୟକୁ ଆଦରି

   ଗାଡ଼ି ମନ ଇଚ୍ଛା ଚଢ।

ଗାଡ଼ିରେ ଅହଂର କଳଙ୍କି ଲାଗିଲେ

   ସ୍ନେହ ଷ୍ପର୍ଶରେ ଛଡାଅ,

ଶ୍ରଦ୍ଧା ଅନୁରାଗେ ଗାଡିଟିର ଯତ୍ନ

   ଭଲ କରି ନେଉଥାଅ।

ପରୋପକାରରେ ଗାଡ଼ିଟି ଲଗାଅ

   ଗାଡ଼ି ଧନ୍ୟ ହୋଇଯିବ, 

ଗାଡ଼ି ଡିକିଟିରୁ ସ୍ଵାର୍ଥ ଲୋଭ ସବୁ

   ଶୀଘ୍ର ତୁମେ କାଢ଼ି ଦେବ।

ନିରାଶ୍ରା‌ ବାଟୋଇ ବାଟେ ଦେଖିଦେଇ

   ଗାଡ଼ିରେ ଲିଇଫ୍ଟ‌ ଦିଅ,

ଅସୁବିଧା ବେଳେ ଗାଡ଼ି ମାଧ୍ୟମରେ

   ସହଯୋଗ କରୁଥାଅ‌।

ଏହି ରିପ୍ଯାରିଙ୍ଗ୍ ଖୋଜୁଅଛି‌ ଗାଡ଼ି

   ପ‌ଇସା ଲାଗିବ ନାହିଁ,

ତେବେ ସବୁଦିନ ଭଲ ରହିଥିବ

   କେତେ ଯୁଗଯୁଗ ପାଇଁ।

ବଳିଆ ଠାକୁର ଗାଡ଼ି ବାବଦରେ

   ସବୁକିଛି ବୁଝେଇଲେ,

ବିନା ଅର୍ଥରେ ବି ଦୟାଳୁ ଠାକୁର

   ଗାଡ଼ି ମୋର ସଜାଡ଼ିଲେ।

ଜବାବ ମୁଁ ଦେଲି ଗାଡ଼ିଟିକୁ ଆଉ

   ଅଣଦେଖା କରିବିନି,

ମନପ୍ରାଣ ଦେଇ ଯତ୍ନ ନିଶ୍ଚେ ନେବି

   ଅବାଟେ ଚଳେଇବିନି।

ଦ୍ରୂତଗତିରେ ଏ ଗାଡି ଚଳେଇବା

   ପ୍ରଭୁ ମୋ ବାରଣ କଲେ,

ମନେ ଧୈର୍ଯ୍ୟ ରଖି ବାମପାର୍ଶ୍ୱ ଦେଖି

   ଚଳେଇବାକୁ କହିଲେ ।

ରାମନାମ‌ ମାର୍କା ହେଲମେଟ ସଦା

   ପିନ୍ଧି ଗାଡ଼ି ଚଳେଇବି,

ଧରମର ଡ୍ରାଇଭିଙ୍ଗ୍‌ ଲାଇସେନ୍ସ

   ହୃଦୟରେ ରଖିଥିବି।



Rate this content
Log in

Similar oriya poem from Comedy