Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Comedy Tragedy Action

3  

Satyanarayan Sahoo

Comedy Tragedy Action

ବିଲାତି ବାଲି

ବିଲାତି ବାଲି

1 min
112



ବିଲାତି ବାଲିଟି ସାଜି ପରିବା ବିକାଳୀ

ପଚା ଦେଲା ପଚା ଦେଲା ଖାଉ ଥାଏ ଗାଳି । 


ବଜାରେ ବସି କି କରୁ ଥାଏ କାରବାର

ଗୋଦାମରୁ କିଣି ଆଣି ସିଏ ଭାର ଭାର ।


ବିଲାତିକୁ ଗ୍ରାହକଙ୍କୁ ଦେଉ ଥାଏ ବିକି

ଟଙ୍କା ନେଇ ଗାଞିଆରେ ଦିଏ ସିଏ ରଖି ।


ମାରି ନ୍ୟନ୍ତି କେତେ ଲୋକ ବାକି ଆଉ ଖାଲି

ପଇସା ମାଗି କି ଖାଏ ମାଡ ଆଉ ଗାଳି ।


ପଚି ଚପ ଚାପ ହେଉ ଥିବା ବିଲାତିକୁ

ବାଛି ବାଛି ଅଲଗା ସେ କରଇ ସବୁକୁ ।


ପାଖରେ ରଖି କି ଵିକେ ଅଳପ ଦର ରେ

ଲାଗି ରହି ଥାଏ ନିତି ବେପାର କାମରେ ।


ଚାନ୍ଦା , ଭଡ଼ା , ମାର୍ସୁଲରେ ସବୁ ଲାଭ ସରେ

ଚାଳିଶି ପଚାଶ ଟଙ୍କା ପାଏ ସେ ଦିନରେ ।


ଯେତେ ଦର ବୃଦ୍ଧି କଲେ ଅବା କିଶ ହେଲା

ଦର ବଢ଼ିଲେ ବାହାରେ  ଅଧିକ ପାଚିଲା ।


ଗାଈ ଛେଳି ଖାଇବାକୁ ବିକି ଦିଏ ତାକୁ

ଏହି ପରି ନିତି ଦିନ ସହଇ କ୍ଷତିକୁ ।


ଜୀବନ ଜୀବିକା ନିର୍ବାହରେ ଲାଗି ଥାଏ

ତେଲ ଲୁଣ ଖରଚଟି ଉଠି ଯାଉ ଥାଏ ।


Rate this content
Log in