Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

3.4  

Saphala Das

Children Stories Comedy Drama

ଭାବରେ ଭଗବାନ

ଭାବରେ ଭଗବାନ

1 min
158



ଭାବର ଠାକୁର ଆହେ ଭାବଗ୍ରାହୀ

  ଭବ ସିନ୍ଧୁ ମହାବାହୁ 

ଅଭାବକୁ ଦୂର ଭାବକୁ ନିକଟ 

  ତୋତେ ଡାକି ଦିନ ଯାଉ ।


କେତେ ଜନମର ପୁଣ୍ୟ ଫଳେ ମୋତେ 

    ଦେଇଛ ମଣିଷ ଜନମ

ପବିତ୍ର କରମେ ନିଜକୁ ରଖିବି

     ତୁଣ୍ଡେ ଥିବ ତୋର ନାମ ।


ନଦେବୁରେ କେବେ ପାପ-ପୁଣ୍ୟ ଚକ୍ଷୁ 

   ରାଗ ଅଭିମାନ ମାନ 

ସବୁ ଦିଆ ପରା ତୋ ହାତ ପରସା 

   ଭୁଞ୍ଜୁଥିବି ରାତି ଦିନ।


ଏ ଜୀବନ ଯାଉ ତୁଣ୍ଡ ମୋର କହୁ 

    ଜୟ ଜଗନ୍ନାଥ ହରି 

ସଂସାର ସାଗର ପାରି କରି ଦେବୁ 

    ଶେଷେ ମୋର ହାତ ଧରି ।


Rate this content
Log in