STORYMIRROR

Kalpana Kumari Pradhan

Comedy

3  

Kalpana Kumari Pradhan

Comedy

ଅଜାଙ୍କ ଘୁଙ୍ଗୁଡ଼ି

ଅଜାଙ୍କ ଘୁଙ୍ଗୁଡ଼ି

1 min
141

ମଝି ଅଗଣାରେ ଶୋଇଛନ୍ତି ଅଜା

    ମାରୁଛନ୍ତି ଖାଲି ଘୁଙ୍ଗୁଡ଼ି

ଘୁଙ୍ଗୁଡ଼ି ନୁହେଁ ସତେ ଅବା ଜଙ୍ଗଲେ

    ବାଘ ଛାଡୁଚି ରଡି l


ଅଜାଙ୍କ ବଗୁଲିଆ ନାତି ଅଟେ ଚିଣ୍ଟୁ

   ନିଦ ଗଲା ହଜି

ଭାବିଲା ଅଜାଙ୍କ ସହିତ କରିବ ଥଟ୍ଟା

     ଖଟିଆ ତଳେ ଲୁଚି l


ଅଜାଙ୍କୁ ଘାରିଛି ନିଦ ପାରଲେନି ଜାଣି

   ଚିଣ୍ଟୁ ଟାଣୁଛି କଛା

କେତେବେଳେ ଟାଣେ ଗୋଡ଼ ଆଉ ହାତ

    ନେଉଥାଏ ଭାରି ମଜା l


ଅଜା ଉଠନ୍ତି ଛାନିଆ ହୋଇ ପୁଣି

   ଯାଉଥାନ୍ତି ଘୁମାଇ

ସ୍ବପ୍ନ ଅବା ସତ ବୁଝିବାକୁ ଇଚ୍ଛା

    ଟିକେ କଲେ ନାହିଁ l


ହସି ହସି କାଟିଲାଣି ପେଟ ଚିଣ୍ଟୁର

   ଶେଷରେ ଉପାୟ କଲା

ସବୁ ବଳ ସିଏ ପ୍ରୟୋଗ କରିଣ

   ଖଟିଆକୁ ଦୋହଲାଇଲା l


ଚମକି ଉଠିଲେ ଅଜା, ଭୂତ ଭୂତ

    ବୋଲି ରଡି ଛାଡି

ଧାଇଁଗଲେ ସେ ଘର ଭିତରକୁ

    ଦେଖ ଉଠି ପଡ଼ି l


     

    

   

    


Rate this content
Log in

Similar oriya poem from Comedy