STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ସ୍ୱପ୍ନ

ସ୍ୱପ୍ନ

1 min
140


ନିଃସଙ୍ଗ ଜୀବନେ ନିଃଶବ୍ଦ ନିଶିରେ 

ନିଃଶଙ୍କ ଚିତ୍ତରେ ଆସ ଯହିଁ

ନିଃଶବ୍ଦତା ମଧ୍ୟେ ନିଃସହ ଯନ୍ତ୍ରଣା 

ନିମିଷେକେ ନିଅ ବକ୍ଷରେ ରହି ।


ନିଅଣ୍ଟ ପଡଇଁ ନିଦକ ଭାବନା

ନିଖୁଣ ଭାବରେ ଦେବାକୁ ରଂଗ 

ନିରାନନ୍ଦ ରହେ ନିରାତପ ପାହେ 

ନିରାଶରେ ଦିଅ ନିଃସୀମ ଭାବ।


ନିର୍ନିମିତ୍ତ ହୁଏ ନିଃସ୍ବାର୍ଥ ସପନ

ନିର୍ଜତନା ପଥେ ଯାଏ ସେ ଧାଇଁ 

ନିର୍ମିତ ଦିଏ ସେ ହୃଦଅଗଣାରେ

ନିରୁତ୍ତର ଥାଏ ତାପାଖେ ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍