STORYMIRROR

Dr. Jagatabandhu Mohapatra

Comedy

3  

Dr. Jagatabandhu Mohapatra

Comedy

ଅଟେ ମୁହିଁ ବୀର

ଅଟେ ମୁହିଁ ବୀର

1 min
186

                                                                

ଅଟେ ମୁହିଁ ବୀର, ଅଟେ ମୁହିଁ ବୀର

ନଖ ଅଗରେ ଚିରିପାରେ, ମୁଁ କଦଳୀ ପତର

ନିଜେ ଛିଡା ହୁଏ, ନିଜର ଗୋଡରେ

ଛାତି ଦମ୍ଭ କରି, ଦୃଢ ହସ୍ତରେ

ହାତ ପାଇଯାଏ, ମୁଣ୍ଡକୁ ମୋର

ଅଟେ ମୁହିଁ ବୀର, ଅଟେ ମୁହିଁ ବୀର II ୧ II 


ଦେଖିପାରେ, ମୁଁ ମୋର ନିଜ ଶରୀର

ଦର୍ପଣକୁ ଦେଇ ଗୋଟିଏ ନଜର

ଭାଙ୍ଗିଦେଇପାରେ, ଉଇମାନଙ୍କର ବିଶାଳ ଶିବିର

ପକାଇ ଦେଇ ପାଣି ମିଶା ଗାମାକ୍ସିନ ପାଉଡର

ଗଢିପାରେ, ମୁଁ ବାଲିର ଛୋଟ ମନ୍ଦିର

ଆଉ ଭାଙ୍ଗିପାରେ ପକାଇଦେଇ ଗୋଟିଏ ବଡ ପ୍ରହାର

 ଅଟେ ମୁହିଁ ବୀର, ଅଟେ ମୁହିଁ ବୀର II ୨ II 


ଘଉଡାଇଦେଇପାରେ, ମୁଁ ଗଳିର ବୁଲା ଦେଶୀ କୁକୁର

ଦେଖାଇଦେଇ ସେମାନଙ୍କୁ ଭୟ, ଗୋଟିଏ ବଡ ଠେଙ୍ଗାର

ଟେକିପାରେ, ମୁଁ ତୁଳାର ବଡ ମୁଦ୍ଗର

ଫୁଙ୍କି ଉଡାଇପାରେ ମୁଁ , ଗୁଣ୍ଡ ପଥରର

ପାଖେ ମୋର ଅଛି, ଗୋଟିଏ ଅସ୍ତ୍ର, ନାମଟି ତାହାର ରବର

ଲିଭାଇପାରେ ମୁଁ, ପେନସିଲର ଅନେକ ଗାର

ଅଟେ ମୁହିଁ ବୀର, ଅଟେ ମୁହିଁ ବୀର  II ୩ II 


ଧନୁ ବିଦ୍ୟାରେ ପାରଙ୍ଗମ ମୁଁ ଅଟେ ବଡ ଧନୁର୍ଦ୍ଧର

ପାଖରେ ରଖିଛି, ବଢିଆ ତୀର

ମୁଣ୍ଡ ଘୂରାଇଦିଏ, ପତ୍ରକଟା ପୋକଙ୍କର

ତୀରର ନାମ ପରା ପଟାସ ସାର

ଅଟେ ମୁହିଁ ବୀର, ଅଟେ ମୁହିଁ ବୀର II ୪ II 


କୌଣସି କଥାରେ ହୁଏନାହିଁ, ମୁଁ ତର ତର

ଜାଣିଛି ମୁଁ, ଧୀର ପାଣି କାଟେ ପଥର

କିଛି କରିବାକୁ ହୁଏନାହିଁ, ମନ ମୋର

କେବେ ଭାବିନାହିଁ, ନିଜକୁ ବେକାର

ଲୋକେ କହିଲେ ବି, ଲୋକଙ୍କ କଥାକୁ କରେନି ମୁଁ, ଖାତିର

କାରଣ ହାତୀ ପଛରେ ଏମିତି ଭୁକନ୍ତି କୁକୁର

 ଅଟେ ମୁହିଁ ବୀର, ଅଟେ ମୁହିଁ ବୀର II ୫ II 


ଛୋଟ ବେଳୁ ଆଶା ଥିଲା, ହେବାକୁ ବୀର

କାରଣ ସବୁଠି ପରା “ଯୋର ଯାର ମୂଲକ ତାର”

ନିଶ୍ଚେ ପାଇବି, ମୁଁ ଶ୍ରେଷ୍ଠ ବୀରର ପୁରସ୍କାର

ସେତେବେଳେ ଜାଣିଯିବ ଯେ, ପରିଚୟ ମୋର

ଅଟେ ମୁହିଁ ବୀର, ଅଟେ ମୁହିଁ ବୀର II ୬ II 

                                      


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy