STORYMIRROR

Akshayakumar Dash

Classics Others

3  

Akshayakumar Dash

Classics Others

ଫୁଟୁଥିବା ଝାଡ଼

ଫୁଟୁଥିବା ଝାଡ଼

1 min
216

ବୁଲ।ବିକାଳୀ ସେ ଧଡ଼ିଆ

"ଖଟା ନେବ ଅଛି ବଢିଆ"।

ଖୋଲିଦେଲା ଖଟା ପେଡି କି

ବସିଗଲେ ତାକୁ ବେଢ଼ି କି ।

ଶୁଣ ଅଜା ହଟହଟାକୁ

ମାଗିଲେ ଚାଖିବେ ଖଟାକୁ ।

ଧଡ଼ିଆ ବୋଇଲା ସାଆନ୍ତେ

ନେଇ ମୋ ଭାଣ୍ଡରୁ ଖାଆନ୍ତେ ।

ଅଜା ଆଣୁଥିଲେ ଭାଣ୍ଡରୁ

ନାଳ ଗଲାପରି ତୁଣ୍ଡରୁ ।

ଶୁଣିଲେ ଧଡ଼ିଆ ଗାଳିକୁ

ଛୁଆ ମାରିଦେଲେ ତାଳିକୁ ।

ରାଗି ସବୁ କିଣିଆଣିଲେ

ସବୁଯାକ ବସି ଟାଣିଲେ ।

ଫୁଲିଲା ଉଦର ଗ।ଡଟା

ଫୁଟୁଥିଲା ଅବା ଝାଡଟ। ।


Rate this content
Log in

Similar oriya poem from Classics