STORYMIRROR

Abhakanta None

Inspirational

2  

Abhakanta None

Inspirational

ଫୁଣ୍ଟାଏ ଫଗୁଣ

ଫୁଣ୍ଟାଏ ଫଗୁଣ

1 min
13.5K


ଫୁସୁକିଲା ଶୀତ ଫୁଙ୍ଗୁଳା ଫଗୁଣ ହେଲା ଫୁଲିଆ

କୋଇଲିର କୁହୁ ମନକୁ କରିଲା କିଲିବିଲିଆ

ଫଗୁଣ ଫୁଣ୍ଟାଏ ଫିଙ୍ଗି ଫିସାଦିଆ ଫୁଟାଣି ତାର

ବଉଳାଇ ଆମ୍ବ ବଉଳେ ବିଞ୍ଚିଲା ବାସ ବିଭୋର

ଉକୁଟିଲେ ରବି ଉତ୍ଫୁଲଇ ଉପବନ ଉଲ୍ଲାସେ

ଫୁଟା ଫୁଲ ବାସ ଫେଣ୍ଟି ଫଗୁଣିଆ ବାଆଟା ବାସେ

ମଧୁ ମକରନ୍ଦେ ମତୁଆଲା ହ୍ବନ୍ତି ମଧୁପ ମେଳି

ଛଟକେ ପ୍ରକୃତି ଛାଆଁ ଛାଆଁ ହୁଏ ଛଳ ଛବିଳୀ

ଦାଣ୍ଡେ ଚାଲେ ଦଳ କିର୍ତ୍ତନରେ ଦାମୋଦରଙ୍କ ଦୋଳ

ଫଗୁଣ ଫୁଆରେ ଫଗୁରଙ୍ଗେ ଫସେ ହସ ଚହଳ

ଶୀତୁଳିଆ ସୋଧେ ସକାଳ କି ସଞ୍ଜ ସିତ୍କାର ବିଞ୍ଚେ

ଖରାବେଳ ଖାଲି ଖଇରିଆ ରଙ୍ଗ ଖରା ଖରଚେ

ରମଣୀୟ ରାତି ରାକା ରୋଷଣୀରେ ରଞ୍ଜିଲେ ଦେହ

ଜଗାଏ ଯତନେ ଜୀବନ ଯାତରେ ଜିଇଁବା ମୋହ

ଫୁଲ ଫୁଟି ବାସ ଫରୁଆ ଫିଟେନା ଫଗୁଣେ ଖାଲି

ଫୁଲାଫାଆଙ୍କିଆ ଫଳ ବି ଫଳଇ ଭଳି କି ଭଳି

ବାଡ଼ବତା ବିନା ବଢେ ବିଭୋରତା ବସନ୍ତ ରାସେ

ଖରିଫୁଲ ଖେଳ ଖଞ୍ଜରେ ଖଞ୍ଜରେ ଖରାରେ ମିଶେ

ରଞ୍ଜାଳିଆ ରୀତି ଋତୁରେ ରଖୁଛି ରଙ୍ଗଣୀ ରଙ୍ଗ

ଫଗୁଣ ଫେଣ୍ଟଇ ଫୁଟା ଫୁର୍ତ୍ତି ଫେଣି ଫୁଲେ ପରାଗ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational