STORYMIRROR

Antaryami Sahu

Inspirational

4  

Antaryami Sahu

Inspirational

ଫୁଲଟିଏ ମୋତେ

ଫୁଲଟିଏ ମୋତେ

1 min
210


ଫୁଲଟିଏ ମୋତେ କରହେ ଠାକୁର

ପାଦତଳେ ତୁମ ଥିବି ,

ସେ ଫୁଲରେ ପୁଣି ମାଳାଟିଏ ହୋଇ

ଗଳାରେ ମୁଁ ଝୁଲୁଥିବି । ।

କେଡେ ସରାଗରେ ମାଳୀ ବଗିଚାରେ

ହୋଇଥିବି ପ୍ରସ୍ଫୁଠିତ,

ଯତନରେ ମାଳୀ ମୋତେ ନେଇ ତୋଳି

ବଜାରରେ ଉପଗତ ।।

ଫୁଲ ତୋଳି ମାଳୀ ହାଟରେ ବିକିବ

ପସରା ମେଳାଇ ଦେଇ ।

କାହା ଭାଗ୍ୟରେ ମୁଁ ଥିବି ସେତେବେଳେ

କିଏବା ପାରିବ କହି ।।

କେତେବେଳେ ମୋତେ କିଏ ନେଇ ଯିବ

ଏକଥା ନ ପାରେ ଭାବି,

ଶବ ପରେ କିମ୍ବା ନେତା ପାଦତଳେ

ଅବା ମୁହିଁ ଗଡିଯିବି ।।

ତେଣୁ ମନେ ମୋର ଦୁଃଖ ହୁଏ ଘୋର

ହୃଦେ ଭାବି ସେହି କଥା,

କେବେ ହେବି ଫୁଲ ତୁମ୍ଭ ଅଗଣାରେ

ମୋ ଭାଗ୍ୟରେ କାହିଁ ଲେଖା । ।

କାହିଁ କେତେ ଭାଗ୍ୟ ଅଟେସେ ଫୁଲର

ସାଜେ ତୁମ୍ଭ ମସ୍ତକରେ,

ମୁଁ ହୀନ ଅଭାଗା କାଇଁ ସେଇ ଭାଗ୍ୟ

ଲେଖା ମୋର କପାଳରେ । ।

ଆହେ ଦୀନନାଥ ଅନାଥର ନାଥ

ବାରେ ଦୁଃଖ ଶୁଣ ମୋର,

ଫୁଲଟିଏ କର ତୁମ୍ଭ ଅଗଣାର

ନିବେଦନ ପାଦେ ତୋର ।।



Rate this content
Log in

Similar oriya poem from Inspirational