STORYMIRROR

Ajay kumar Behera

Abstract

3  

Ajay kumar Behera

Abstract

"ଫୁଲର ଦୋଳିରେ ଆସିବେ ମାଆ"

"ଫୁଲର ଦୋଳିରେ ଆସିବେ ମାଆ"

1 min
132

ଆଶ୍ୱିନ ମାସରେ

ନିର୍ମଳ ଶୋଭାରେ

ଶୁଭ୍ର କାଶତଣ୍ଡି

ଫୁଲର ଦୋଳିରେ

ଆସିବେ ତ ମାଆ

ହୋଇବେ ସେ ସାହା


ଗାଆଁ ଠୁ ସହର

ପୁର ପଲ୍ଲୀ ଯେତେ

ହେବ ମୁଖରିତ

ଘଣ୍ଟ ପାଟୁଆରେ

ମା ହୋଇବେ ସାହା

ସୁଖରେ ଦୁଃଖରେ


ପାପୀକୁ ନାଶିବେ

ତାପିଙ୍କୁ ରଖିବେ

ଘଣ୍ଟ ଘୋଡେଇ କି

ଜୟ ମାଆ ଦୁର୍ଗା

ଦୁର୍ଗତି ନାଶିନୀ

ସଂହାର କାରିଣୀ


ଆସ ଆସ ମାଆ

ସ୍ୱାଗତ କରୁଛୁ

ଏ ଧରା ଧାମକୁ

କର ତୁ ଧରାରେ

ପାପୀର ସଂହାର

ତାପୀର ଉଦ୍ଧାର


ଦିଅ ସଦ ବୁଦ୍ଧି

ସଂସାର ଜୀବଙ୍କୁ

ତବ ପାଦ ପଦ୍ମେ

ହସି ଉଠୁ ଘର

ଦୁଃଖ ହେଉ ଦୂର

ନିରୀହ ଜନର


ତୋତେ ଦଣ୍ଡବତ

ଅଧମ ଅକ୍ଷମ

କରୁ ଅଛି ମୁହିଁ

ଆହେ ମାତୃ ଶକ୍ତି

ତ୍ରିପୁର ମୋହିନୀ

ମା' ସିଂହ ବାହିନୀ


ତୁହି ଆଲୋ ମାଆ

ଦୁର୍ଗତି ନାଶିନୀ

ଖଡ଼ଗ ଧାରିଣୀ

ଶକ୍ତି ରୂପାୟନୀ

ତ୍ରିଲୋକ ଧାରିଣୀ

ମହିଁଷା ମର୍ଦ୍ଦିନୀ


ମାଆ ଆଲୋ ମୋର

ଥାଉ କୃପା ତୋର

ସଭିଙ୍କ ଉପରେ

ନ ହୋଇ ନିଷ୍ଠୁର

ସଦା ରକ୍ଷା କର

ଦୁଃଖୀ ରଙ୍କିଙ୍କର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract