Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଫୁଲମତୀ

ଫୁଲମତୀ

1 min
228



ତୁମେ ହିଁ ଶ୍ରାବଣ ତୁମେ ହିଁ ଫଗୁଣ

ପଉଷ କଅଁଳ ଖରା

ତୁମେ ପୀରତିର ଅମୃତ କଳସ

ଆନୁରକ୍ତା ପ୍ରୀତିଧାରା I

ଫୁଲର ସହରେ ଫୁଲମତୀ ତୁମେ

ସୃଜନର ପରିଭାଷା

ତୁମରି ମହକ ମତୁଆଲା କରେ

ଘାରୁଥାଏ ମୋତେ ନିଶା I

ତୁମରି ପ୍ରେମରେ ମାତାଲଟିଏ ମୁଁ

ଚିର ସବୁଜ ମୋ ମନ

କବିତାରେ ମୋର ପ୍ରୀତିର କାକଳୀ

ଯୌବନର ଜୟଗାନ I

ତୁମପାଇଁ ନିତି ନୂଆ ନୂଆ ସ୍ୱରେ

କବିତା ମୋ କୁହେ କଥା

ଦରଦୀ ପ୍ରାଣରେ ପ୍ରତିଧ୍ୱନୀ ତୋଳେ

ମୋ ହୃଦୟ ତଳ ବ୍ୟଥା I

         


Rate this content
Log in

Similar oriya poem from Romance