STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ଫୁଲେଇ ଫଗୁଣ

ଫୁଲେଇ ଫଗୁଣ

1 min
146

ଧରାକୁ ଆସିଛି ଫୁଲେଇ ଫଗୁଣ 

           ରଙ୍ଗର ପସରା ନେଇ

ନାଲି ନେଳି ଧଳା ଭଳିକି ଭଳି ସେ

           ସବୁଠି ଯାଇଛି ଛାଇ

ଜୀବନରେ ଆମ ରଙ୍ଗ ଭରିଦେବ

            ସୁଖ ଶାନ୍ତି ଖୁସି ଦେଇ, 

ଅଭାବ କଷଣ ଦୁଃଖ ହରିନେବ 

            ଆମ ଆପଣାର ହୋଇ

ନାଲି ରଙ୍ଗ ଅଟେ ପ୍ରେମର ପ୍ରତୀକ 

            ହୃଦୟେ ଭରଇ ପ୍ରେମ

ହଳଦୀ ରଙ୍ଗରେ ପବିତ୍ରତା ଭରା

            ସମ୍ପର୍କ ଯୋଡିବା କାମ

ନୀଳ ରଙ୍ଗ ଆଣେ ଜୀବନେ ସ୍ଥିରତା 

             ଶାନ୍ତିର ସଙ୍ଗୀତ ଗାଇ

ସବୁଜ ରଙ୍ଗଟି ସବୁଜିମା ଭରେ 

             ଧରଣୀ ବୁକୁରେ ଥାଇ

ଫୁଲ ଫଳେ ଭରା ଏଇ ଫଗୁଣରେ 

             ଆସ ରଙ୍ଗେ ଭିଜିଯିବା

ହସି ହସାଇବା ଦୁନିଆଁକୁ ଆମେ 

             ଜୀବନେ ରଙ୍ଗ ଭରିବା

ଦୁଃଖ ଦେବା ନାହିଁ କାହା ମନେ କେବେ

              ବାଣ୍ଟିବା ସଭିଙ୍କୁ ସୁଖ

ସ୍ରଷ୍ଟାଙ୍କ ନିକଟେ ଏଇ ଅଳି ମୋର

             ନ ଦିଅନ୍ତୁ କେବେ ଦୁଃଖ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract