STORYMIRROR

Satyanarayan Sahoo

Abstract

3  

Satyanarayan Sahoo

Abstract

ଫୁଲେଇ ମୌସୁମୀର ପ୍ରୀତି ଛିଟା

ଫୁଲେଇ ମୌସୁମୀର ପ୍ରୀତି ଛିଟା

1 min
193


ଫି ବରଷ ବରଷାକୁ ଆଣି ଯେ ଆସଇ 

ଫୁଲେଇ ମୌସୁମୀ ରାଣୀ ପ୍ରଭାବରେ ପାଣି ।

ପାଆନ୍ତି ନିଦାଘ କାଳେ ସନ୍ତପିତ ପ୍ରାଣୀ

ପ୍ରୀତି ଅନୁରାଗ ମଧୁ ପରଷି ଧରଣୀ ।

ଫୁଲ ଫଳେ , ସଜାଏ ସେ ସୁରୁଚିର ତର

ଫୁଟାଇ ସେ ନାନା ଜାତି କୁସୁମ ସମ୍ଭାର। 

ପାଣିପାଗ ପରିବର୍ତ୍ତନ ଆଣିବା ପରେ

ପଥ ଓ ଅଗଣା ପୂର୍ଣ୍ଣ ପାଣି କାଦୁଅରେ । 

ପ୍ରୀତି ଛିଟା ପ୍ରଭାଵରେ ରୁକ୍ଷ ଶୁଷ୍କ ଉର୍ବୀ

ପୁଲକିତ ହୁଏ ନବ ଶିହରନେ ଶୋଭା । 

ପ୍ରଥମ ବାରି ପାତ ରେ ମହ ମହ ଗନ୍ଧ

ପ୍ରସାରେ ମୌସୁମୀ ବର୍ଷା ହେବା ପରେ ସ୍ୱାଦ ।

ଫୁଲେଇ ମୌସୁମୀ ରାଣୀ ପ୍ରଭାବରେ ପାଣି

ପୁରି ଉଠେ ଆନନ୍ଦରେ ନିଖିଳ ମେଦିନୀ ।

ପତ୍ର, କଅଁଳଇ ବୃକ୍ଷେ, ନିଦାଘୁ ନିସ୍ତାର

ପାଇ ଜୀବ ଜନ୍ତୁ ପଶୁ ପକ୍ଷୀ ଏ ସକଳ ।

ପଲ୍ଲବିତ ବୃକ୍ଷ ଲତା ନବ କିସଲୟେ

ପରଶେ ସୁଷମା ତୃଣ ଗୁଳ୍ମ ବନ ଶୋହେ।

ପୁଣି ନଭ ଗିରି ପୁର ପଲ୍ଲୀ ଆଦି ଠାରେ

ଫୁଲେଇ ମୌସୁମୀ ହସେ ମୟୂର ନୃତ୍ୟରେ ।

ପ୍ରୀତି ର ପହିଲି ଛିଟା ପ୍ରଭାଵ ରେ ରୁକ୍ଷ

ଫଟା ଶୁଷ୍କ ସ୍ଥାନ ମାନ ଶୋଭା ଓ ସୌନ୍ଦର୍ଯ୍ୟ ।

ପରିବର୍ତ୍ତନରେ ଦିଶେ ବେଶ ବାସେ ଭରା

ପଲ୍ଲବିତ ତରୁ ତୃଣ ଗୁଳ୍ମ ବସୁନ୍ଧରା ।


Rate this content
Log in

Similar oriya poem from Abstract