ଫୁଲ
ଫୁଲ
ସବୁଜ ଉଦ୍ୟାନେ ନାନା ରଙ୍ଗ ଫୁଲ
ଫୁଟିଅଛି ଧରା ବକ୍ଷରେ
ସୁବାସ୍ନା ମହକେ ମହମହ ତା'ର
ସୁଶୋଭିତ ସାତ ରଙ୍ଗରେ।
ସୁନ୍ଦର କୋମଳ ସଜ୍ଜିତ ବଦନ
ପ୍ରେମିକା ଯେ ପ୍ରଜାପତିର
ପ୍ରେମର ବାର୍ତ୍ତାକୁ ଗୁଣୁଗୁଣୁ ଗାଇ
ବୁଲନ୍ତି ପ୍ରେମିକ ଭ୍ରମର।
ଫୁଲର ସୌଭାଗ୍ୟ ଅଟେ ଯେ ମହାନ
ରହେ ସେ ଠାକୁର ଘରରେ
ଠାକୁରଙ୍କ ପାଦ କରରେ କାୟାରେ
ଶୋଭା ପାଏ ପୁଣି ମଥାରେ।
କ୍ଷଣକ ମାତ୍ରକେ ଜନମ ସିନା ସେ
ସିଏ ସଭିଙ୍କର ଅଟେ ପ୍ରିୟ
ପ୍ରେମରେ ସୁଖରେ ଶ୍ରଦ୍ଧାରେ ଭକ୍ତିରେ
ଜୀବନ ତା ଅଟେ ମଧୁମୟ।
ଆହେ ପ୍ରିୟ ଫୁଲ କହି ବକି ମତେ
କି ପୁଣ୍ୟ କରିଛ ସେ କାଳେ
ତୁମ ପରି ପ୍ରେମ ପାଇବାକୁ ମନ
ହେଉଅଛି ମୋର ବିକଳେ ।
ଧର୍ୟ ପୃଥିବୀରେ ସଭିଙ୍କୁ ଦେଖିଛି
କେହି ନୁହେଁ ତୋର ତୁଲ
ସୌନ୍ଦର୍ଯ୍ୟ ର ରାଣୀ ପ୍ରେମର ପ୍ରତୀକ
ତୁହି ଅଟୁ ଆହେ ଫୁଲ।
