ଫୁଲ
ଫୁଲ
ଫୁଲ ଫୁଟି ରହେ ବନେ ଉପବନେ
ମହକ ଚହଟି ଥାଏ
ମଧୁ ଶୋଶିବାକୁ ପାଗଳ ଭଅଁର
ପାସେ ତାର ଧାଇଁ ଯାଏ ।।
ସୁନ୍ଦର ପଣତା' ମନ ମୋହିନିଏ
ଦେଖିଦେଲେ ନୟନରେ
ହୃଦୟର ଭାଷା ଫୁଟି ଉଠେ ପୁଣି
ତା' ପାଇଁ କବି ମନରେ ।।
ବିଭୁ ପଦେ ଦେଇ ଶୁଭ ମାନସନ୍ତି
ଜଗତ ଭକତ ଜନେ
ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରନ୍ତି
ଅତିଥିଙ୍କୁ ପ୍ରିୟଜନେ ।।
ସଭା ସମିତିରେ ବିଭା ମଉଛବେ
ଫୁଲର ଆଦର ଥାଏ
ଶବ ଯାତରାରେ ଯୁଇର ଶେଜରେ
ଫୁଲର ବିଛଣା ହୁଏ ।।
ଫୁଲ ଦିଏ ମଧୁ ଫୁଲ ଦିଏ ହସ
ଜଗତ ସଭି ଜନଙ୍କୁ
ଫୁଲ ପରି ଆମେ ମଧୁ ବରଷିବା
ଏକତ୍ର କରି ସଭିଙ୍କୁ ।।