STORYMIRROR

Ratinarayan Rout

Inspirational Others

3  

Ratinarayan Rout

Inspirational Others

ଫୁଲ

ଫୁଲ

1 min
160


ଫୁଲ ଫୁଟି ରହେ   ବନେ ଉପବନେ

     ମହକ ଚହଟି ଥାଏ

ମଧୁ ଶୋଶିବାକୁ     ପାଗଳ ଭଅଁର

    ପାସେ ତାର ଧାଇଁ ଯାଏ ।।

ସୁନ୍ଦର ପଣତା'     ମନ ମୋହିନିଏ

     ଦେଖିଦେଲେ ନୟନରେ

ହୃଦୟର ଭାଷା     ଫୁଟି ଉଠେ ପୁଣି

     ତା' ପାଇଁ କବି ମନରେ ।।

ବିଭୁ ପଦେ ଦେଇ    ଶୁଭ ମାନସନ୍ତି

     ଜଗତ ଭକତ ଜନେ

ପୁଷ୍ପଗୁଚ୍ଛ ଦେଇ      ସ୍ୱାଗତ କରନ୍ତି

      ଅତିଥିଙ୍କୁ ପ୍ରିୟଜନେ ।।

ସଭା ସମିତିରେ     ବିଭା ମଉଛବେ

      ଫୁଲର ଆଦର ଥାଏ

ଶବ ଯାତରାରେ     ଯୁଇର ଶେଜରେ

     ଫୁଲର ବିଛଣା ହୁଏ ।।

ଫୁଲ ଦିଏ ମଧୁ      ଫୁଲ ଦିଏ ହସ

      ଜଗତ ସଭି ଜନଙ୍କୁ

ଫୁଲ ପରି ଆମେ     ମଧୁ ବରଷିବା

      ଏକତ୍ର କରି ସଭିଙ୍କୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational