ଫୁଲ ପାଖୁଡ଼ାରେ ଅଳସ ଅପରାହ୍ନେ
ଘୁମେଇ ପଡଇ ଶୀତ
ଫୁଲ ପାଖୁଡ଼ାରେ ସୁନେଲି ସକାଳରେ
ଲେଖେ କିଏ ସେଇ ଗୀତ
ଫୁଲପାଖୁଡ଼ାର ମନ ବିଭୋର ନରମ ସ୍ପର୍ଶରେ
ଓଁ ସଙ୍ଗେ ଜଗନ୍ନାଥ ଉଚ୍ଚାରିତ
ଫୁଲର ସହରେ ନୂଆ ଘରଟିରେ
ଆଙ୍କି ଦିଏ ସିଏ ଛତା ଛାତ
ଛୋଟ ଫୁଲଟିର ପାଖୁଡା ଭିତରେ
ଲେଖା ଜୀବନର ମିଛ ସତ
ପାଖୁଡା ଖୋଲି ଦେଖେ ଫୁଲ ବୁଲି
ସକାଳୁ କାହାର ହାତ
ତୋଳିନେଇ ଦିଏ ଦେବତା ଗଳାରେ
ଲାଗେ ସେ ସ୍ୱର୍ଗ ପାରିଜାତ
ଫୁଲର ସୁରଭି ଫୁଲର ରଙ୍ଗ ରୂପ ବାସ
ଦିଗ ଚହଟାଏ ସାରସ୍ୱତ
ଫୁଲର ରେଣୁ ଗାଏ ଗୁଣୁଗୁଣୁ ବାସ ବୁଣୁବୁଣୁ
ଭଅଁରକୁ କରି ଆକର୍ଷିତ
ସହଜେ ତ ଫୁଲ ସୁନ୍ଦର ପଣରେ
ଗର୍ବ ଗରିମାରେ ପ୍ରସ୍ଫୁଟିତ
ଫୁଲ ସଙ୍ଗେ ମିତ କେମିତି ବସିବି କୁହତ
ଫୁଲ ଭିତରେ ଗ୍ରୀଷ୍ମ ଉଷ୍ମ ପୁଣି ଶୀତ
କାକର ଟୋପାରେ ଟୋପି ଟୋପି ଜଳଦ
ଫୁଲ ନୁହେଁ ଜମା ଉପେକ୍ଷିତ
ସଜ୍ଜଳ କଜ୍ଜଳ ମାଖି ଫୁଲ ପାଖୁଡ଼ାରେ
ଆଙ୍କୁଛି ନିଜ ଜୀବନର ଚଳଚିତ୍ର
ଫୁଲ ପାଖୁଡ଼ାରେ ଢଳଢଳ କାକର ଟୋପାଟା
କହେ ଭିର୍ନ୍ନ ଅଭିର୍ନ୍ନର ଜଳଛତ୍ର
ଦେଖ ଅଭିମାନ ଫୁଲ କହେ ଦିବାସ୍ବପ୍ନ
ଦେଖିବା ନୁହେଁ ଉଚିତ
ବଞ୍ଚିବାକୁ ହେଲେ ନିଜଠାରେ ଦେଖ
ନଦେଖି ଅନ୍ୟର ଶକ୍ତି ସାମର୍ଥ୍ୟ
ନିଜେ ନିଜ ଅନୁଭୂତି ଜ୍ଞାନ ପରିସରେ
ଦେଖି ଶିଖି ଲେଖି ପଢ଼ ବହୁତ
ଫୁଲର ପାଖୁଡା ନରମ ବହୁତ ସତ
ସରମରେ ଚିହ୍ନା ଜଣା ଲାଗେ ସେତ
ସେଇ ପାଇଁ ପରା ଫୁଲ ପାଖୁଡାର ନରମ
ପଣରେ ଗୁଣରେ ସେ ଆଦୃତ