ଫୁଲ କହେ
ଫୁଲ କହେ
ଫୁଲ କହେ
ମୋ ପରି ହୁଅ
ସୁନ୍ଦର କମନୀୟ,
ଡଉଲ ଡାଉଲ
ପାଖୁଡାରେ ରଙ୍ଗଭରି
ମନ ଖୋଲି ହସ
ନିର୍ମଳ କର ହୃଦୟ।
ଫୁଲ କହେ
ମୋ ଭରି ହୁଅ
ସତେଜ ସୁଗନ୍ଧଭରା,
ମହକ ବିଞ୍ଚି
ମଳୟକୁ କର ମତୁଆଲା
ଫୁଲକି ଉଠିବ ବସୁନ୍ଧରା।
ଫୁଲ କହେ
ମୋ ପରି ହୁଅ
ସ୍ଵଚ୍ଛ ପବିତ୍ର
କର ଅନାବିଳ ପ୍ରେମ,
ପ୍ରାଣ ଦେଇ ଭଲପାଅ
ନିଜକୁ କର ସମ୍ପୂର୍ଣ୍ଣ ସମର୍ପଣ
ବସୁଧା ହେବ ବୈକୁଣ୍ଠ ସମ।
ଫୁଲ କରେ
ମୋ ପରି ହୁଅ
ନିଷ୍କପଟ ଅହଂକାର ଶୂନ୍ୟ
ସଭିଙ୍କୁ କର ଆପଣାର,
ଓଳିକର ଏ ଜୀବନ
ମଉଳି ଯିବାକୁ କେତେ ସମୟ
ମଉଳି ଯିବା ଆଗରୁ
ଠାକୁର ପୂଜାରେ ଲାଗ
ସେ ପୁଣ୍ୟ ହେବ ଜୀବନର ।
