STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଫୁଲ ଚାଙ୍ଗୁଡ଼ି

ଫୁଲ ଚାଙ୍ଗୁଡ଼ି

1 min
376


ଫୁଲ ଚାଙ୍ଗୁଡ଼ି ତୁଚ୍ଛ ମୁଁ ସଂସାରେ

  ଲାଗଇ ଦେବତା କାମେ

ନାନା ଜାତି ଫୁଲ ଖୁସିରେ ମୋ ଦେହେ

   ସଜାଏ ଦେବତା ନାମେ।


ନିତି ସକାଳୁ ଫୁଲ ଭର୍ତ୍ତ କରି ମନ୍ଦିରେ

  ମୋତେ ଯେବେ କିଏ ନିଏ

ନିରୁତା ପ୍ରେମରେ ମୋ ହୃଦୟ ଆହା

   ଫୁଲି ଫୁଲି ହସୁଥାଏ।


ଫୁଲ ପରି ନିଷ୍ପାପ ପବିତ୍ର ସାଙ୍ଗ ପାଇ

     ଜୀବନ ଯାଏ ନିସ୍ତରି

ମନ୍ଦିର,ଭାଗବତ,ଟୁଙ୍ଗି,ଗାଦି, ମେଢ଼

    ପ୍ରଭୁ ଦର୍ଶନେ ପାଗେଳି।


ଲୋଡ଼ା ନାହିଁ ମୋର ରାଜସୁଖଭୋଗ

    ଯେତିକି ମିଳୁଛି ଭଲ

ଦେବତା କାମେ ଲାଗୁଥାଏ ଖୁସି ଖୁସି

    ଏତିକି କାମନା ମୋର।


ଏପରି କାମରେ ମୋ ମନ ପ୍ରଫୁଲ

   ଅହୋ ଭାଗ୍ୟ ଟି ଭାବେ

ପ୍ରଭୁଙ୍କ କାମରେ ପ୍ରଭୁଙ୍କ ନାମରେ

   ଜୀବନ ସରିଯାଉ ଭବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational