STORYMIRROR

Jyotiranjan Acharya

Inspirational Others

2  

Jyotiranjan Acharya

Inspirational Others

ଫୁଲ ବଉଳବେଣୀ

ଫୁଲ ବଉଳବେଣୀ

1 min
13.8K


କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ,

ଆଜିକାର ଚାଲି ଚଳନକୁ ଦେଖି,

ଜହ୍ନର ଉଦାସ ମନ ଗୋ ଫୁଲ ବଉଳବେଣୀ,

କୁଆଁର ପୁନେଇ ଜହ୍ନ ଗୋ.....l


ଜହ୍ନି ଫୁଲ ବଡ଼ ତୋରା ଗୋ ଫୁଲ ବଉଳବେଣୀ,

ଚାନ୍ଦ ଚକଟାକୁ ପଚାରେ କିଏସେ,

ମନ ଖୋଜେ ପିଜା ପରା ଗୋ ଫୁଲ ବଉଳବେଣୀ,

କୁଆଁର ପୁନେଇ ଜହ୍ନ ଗୋ........,


ଚାନ୍ଦ ଯାଏ ଲୁଚି ଲୁଚି ଗୋ ଫୁଲ ବଉଳବେଣୀ,

ମୋବାଇଲ ଠାରୁ ଫୁରୁସତ ନାହିଁ,

ଖେଳିବ କିଏସେ ପୁଚି ଗୋ ଫୁଲ ବଉଳବେଣୀ,

କୁଆଁର ପୁନେଇ ଜହ୍ନ ଗୋ..... l


ବୁଡି ବୁଡି ଯାଏ ବେଳ ଗୋ ଫୁଲ ବଉଳବେଣୀ,

ପଡିଶା ପଣିଆ ଚୁଲିକି ଗଲାଣି,

କୁଆଁରୀଙ୍କ ନାହିଁ ମେଳ ଗୋ ଫୁଲ ବଉଳବେଣୀ,

କୁଆଁର ପୁନେଇ ଜହ୍ନ ଗୋ.....l


ମେହେନ୍ଦି ଲଗା ଏ ହାତ ଗୋ ଫୁଲ ବଉଳବେଣୀ,

ଗାଁ ଟୋକା ସବୁ ସହରକୁ ଗଲେ,

କିଏ ହେବ ପାଳଭୂତ ଗୋ ଫୁଲ ବଉଳବେଣୀ,

କୁଆଁର ପୁନେଇ ଜହ୍ନ ଗୋ.....l


ଶିଶିର ଗଲାଣି ପଡ଼ି ଗୋ ଫୁଲ ବଉଳବେଣୀ,

ଆଜିର କୁମାରୀ ବର ମାଗେ ନାହିଁ,

ବାଛିଥାଏ ନିଜ ଯୋଡ଼ି ଗୋ ଫୁଲ ବଉଳବେଣୀ,

କୁଆଁର ପୁନେଇ ଜହ୍ନ ଗୋ.....l


ସକାଳୁ କଅଁଳ ଶୀତ ଗୋ ଫୁଲ ବଉଳବେଣୀ,

ସେ କାଳ ପଖାଳ ଗଲାଣି ସଙ୍ଗାତ,

କବି ରଚେ ଖାଲି ଗୀତ ଗୋ ଫୁଲ ବଉଳବେଣୀ,

କୁଆଁର ପୁନେଇ ଜହ୍ନ ଗୋ......l


ଓଡ଼ିଶାଠୁ ବହୁ ଦୂରରେ ଥାଇ, ଅତୀତର କୁମାର ପୂର୍ଣ୍ଣିମା ସହ ଯୋଡ଼ା ଅନେକ ସ୍ମୃତି ମାନସ ପଟରେ ଉଙ୍କି ମାରୁଛି । ସେହି ଭାବଧାରାରୁ ଜାତ ମୋର କବିତା :


ଫୁଲ ବଉଳ ବେଣୀ

----------------- ----


© Copyright ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ

ଅଗରତାଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational