STORYMIRROR

Gayatri Singh

Abstract Classics Inspirational

3  

Gayatri Singh

Abstract Classics Inspirational

ଫୁଲ ବଉଳବେଣୀ

ଫୁଲ ବଉଳବେଣୀ

1 min
282


କୁଆଁରୀ ମନରେ ଆଶା ଅସୁମାରୀ

ସ୍ୱପ୍ନ କେତେ ଉଙ୍କି ମାରେ

ତା ଲାଜୁଆ ହସ ତା ଚୋରା ଚାହାଣୀ

କେତେ ଯେ ମନ କିଣେ ।


ତା ରୂପ ଲାବଣ୍ୟ ମହକି ଉଠଇ

ଜହ୍ନ ବି ଲାଜେଇ ଯାଏ

କଳା ବାଦଲରେ ଲୁଚି ଲୁଚି ଦେଖି

ନିଜକୁ ତଉଲୁ ଥାଏ ।


ସାଙ୍ଗସାଥି ମେଳେ ଗ୍ରାମଦେବୀ ପୀଠେ

ମନକୁ କରି ହରଷେ

ପୁଲଫଳ ଭରି ହାତେ ଦୀପ ଧରି

କେତେ ଯେ ଶୁଭ ମନାସେ ।


Rate this content
Log in

Similar oriya poem from Abstract