STORYMIRROR

rasmi maye pati

Inspirational

4  

rasmi maye pati

Inspirational

ଫୁଲ ବଉଳ ବେଣୀ

ଫୁଲ ବଉଳ ବେଣୀ

1 min
360


କୁଆଁର ପୁନେଇ ଜହ୍ନ ଗୋ 

  ଫୁଲ ବଉଳ ବେଣୀ

ପୁନେଇ ରାତି ଟା ଲାଗେ ଫିକା ଫିକା

 ଜହ୍ନ ଆଉ ହସୁ ନାହିଁ ଗୋ

  ଫୁଲ ବଉଳ ବେଣୀ ।।।।।।।

ଝୋଟି ମୁରୁଜ ଦିଶୁନି ଲୋ 

ଫୁଲ ବଉଳ ବେଣୀ

ଚଉରା ତ ନାହିଁ ଝୋଟି କି ଦିଶିବ 

  ଚଉରା ପଡ଼ିଲା ଫାଙ୍କା ଲୋ

    ଫୁଲ ବଉଳ ବେଣୀ ।।।।।।।।

ମାତୃଭାଷା ଗଲା ହଜି ଲୋ 

  ଫୁଲ ବଉଳ ବେଣୀ

ଜହ୍ନି ଓଷା ବହି ପିଲେ କି ପଢ଼ିବେ

  ଓଡ଼ିଆ ରେ ପିଲା ଅନ୍ଧ ଲୋ

  ଫୁଲ ବଉଳ ବେଣୀ ।।।।।

ହେଲୋ ହାଇ ଯୁଗ ହେଲା ଲୋ

  ଫୁଲ ବଉଳ ବେଣୀ

ଓଠ ବଙ୍କେଇ କି ଇଂରାଜୀ ହିନ୍ଦୀ ରେ

 ପିଲାଏ ଦିଅନ୍ତି ଝାଡି ଲୋ

   ଫୁଲ ବଉଳ ବେଣୀ।।।।।।।।

ପିଜା ବର୍ଗର ଖୁଆ ପିଲା ଲୋ 

 ଫୁଲ ବଉଳ ବେଣୀ

ଲିଆ ଉଖୁଡା କୁ ନାକ ଟେକି ଦେଲେ

  ଆଜି କାଲି କାର ଝିଅ ଲୋ

   ଫୁଲ ବଉଳ ବେଣୀ ।।।।।।

ଫ୍ରକ୍ ପିନ୍ଧା ଯୁଗ ଗଲା ଲୋ

  ଫୁଲ ବଉଳ ବେଣୀ

ଜିନି ବାନି ଅନ୍ ରେ ଅଣ୍ଟି କି ଆସିବ

 ଖଇ ସେ ରଖିବେ କାହିଁ ଲୋ

  ଫୁଲ ବଉଳ ବେଣୀ ।।।।

ଆଜିର ଝିଅ ନିଆରା ଲୋ

 ଫୁଲ ବଉଳ ବେଣୀ

ପରମ୍ପରା ସବୁ ଚୁଲୀ ରେ ପଶିଲା

  ଚାନ୍ଦ ପୂଜା ହଜିଗଲା ଲୋ

  ଫୁଲ ବଉଳ ବେଣୀ।।।।

ହୁଳହୁଳି ଶୁଭୁ ନାହିଁ ଲୋ 

ଫୁଲ ବଉଳ ବେଣୀ

ଲିପିଷ୍ଟିକ ପରା ଲିଭିଯିବ ତାଙ୍କ 

  ଓଠ କରେ ଦାଉ ଦାଉ ଲୋ

   ଫୁଲ ବଉଳ ବେଣୀ।।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational