ଫଟଫଟିଆ ର ଫୁଟାଣୀ
ଫଟଫଟିଆ ର ଫୁଟାଣୀ
ଫଟଫଟିଆ ର ଫୁଟାଣୀ ଦେଖି,
ବାହାପିଆ ବୋଲି କହିଲେ ସଖି।
କାମ କମ୍ କଥା କହଇ ବେଶୀ,
ସାମୟିକ ଭାବେ ଲାଗଇ ଖୁସି।
ବାକ୍ଯ ବାଣ ଖାଲି କର୍ମରେ ନାସ୍ତି,
ଫୁଟାଣୀ ପାଇଁ ସେ ପାଏ ଯେ ଶାସ୍ତି।
ଏ କାମରେ ଆଜି ନେତା ଧୂରନ୍ଧର,
ଆଶ୍ବାସନା ଦେଇ ଜିତନ୍ତି ଭୋଟର।
କରୋନା ପରି ସବୁଠି ବିସ୍ତାର,
ସଚେତନ ହେଲେ ପାଇବା ନିସ୍ତାର ।
ଯୁବ ପିଢି ଏବେ ପାଠ ଠାରୁ ଦୂର,
ବାହାସ୍ପୋଟ ମାରି ବୁଲନ୍ତି ବେକାର।
ବାପାଙ୍କ ଅର୍ଥକୁ କରନ୍ତି ଚଳୁ,
ହାତେ ମୋବାଇଲ୍ କିଶୋର ବେଳୁ।
ଗପନ୍ତି ବହୁତ ଏଆଡୁ ସେଆଡୁ,
ବିଜ୍ଞାପନ କରନ୍ତି ନିଜର ଆଡୁ।
