ପହଣ୍ଡି ବିଜେ
ପହଣ୍ଡି ବିଜେ
ଝୁଲି ଝୁଲି ଟାହିଆ ହଲି ହଲି
ଆସୁ ଆସୁ ଗୋଡ଼ ଖସିଗଲା
ବଡଠାକୁରଙ୍କ ପାଖେ ଲାଗିଲା ମେଳି
କଥାକୁ ମାଜିଲେ ମୋଟ
ବଡ଼ଠାକୁର ଏଡ଼େ ବିରାଟ
କେମିତି ବୋହିବେ ବଡଖିଆ
ବୋଲି ଜାଣେ ଜଗତ
ବଡ଼ଭାଇ ଗଲେ ପଡି
ଜଗା ଦୁଃଖେ ଭାଙ୍ଗିପଡ଼ି
ହେଉଥିବେ କୋଡ଼ି କଚାଡି
କରିଦିଅ ପ୍ରଭୁ କ୍ଷମା
ଆହତ ଭକତଙ୍କୁ କର ରକ୍ଷା
ତୁମ୍ଭ ବଡ଼ପଣ ଜାଣେ ଏ ଜଗତ
ବଢାଅନା କଥା ଜମା
ବଡଖିଆ ବଡଠାକୁର
ହୋଇଥିଲା ତାଙ୍କୁ ଜର
ପଥି ପାଞ୍ଚଣ ଔଷ ଖାଇ ଦୁର୍ବଳ ହୋଇ
ଆସିଛନ୍ତି ଘୋଷଜାତ ବସି ରଥ
ବଡଦାଣ୍ଡେ ଅଛନ୍ତି କି ଉପାସେ?
ଗୋଡ଼ ଚାଲୁନାହିଁ ଲାଗୁଛି ଦୁର୍ବଳ ଏତେ
ରଥ ପଥ ଜଗନ୍ନାଥ
ବଡଭାଇ ନିଦା ବିଷ୍ଣୁ ହଳଧର ସେତ
ଦୁଇଦିନ ଧରି ରଥେ ବସିକରି
ଅଣ୍ଟା ପିଠି ଲାଗିଯାଇଛି କଣ କରିବେ ସେତ
ପଣ୍ଡା ପଢିହାରି ନାମକୁ ମାତ୍ର
ବଳ ନାହିଁ ବଳିଆ ଶକତି ବଢ଼ାଇ
ଆଡପ ଅଭଡ଼ା କୁଢ଼ାଇ
ଖାଇଲେ ଉଠିବେ ମହାପ୍ରଭୁ ହୋ ଭକତ
ଭଲ କେ କରିବ ନିଜେ ନିଜକୁ ରକ୍ଷାକର
ତୁମ୍ଭ ବଡ଼ପଣ ଜାଣୁ ପିଢ଼ି ପରେ ପିଢ଼ି ଏ ଜଗତ ।
