STORYMIRROR

Biren Kumar Behera

Action Others

3  

Biren Kumar Behera

Action Others

ଫନି ଆସୁଅଛି ମାଡି

ଫନି ଆସୁଅଛି ମାଡି

1 min
176

ଫନି ମାଡିଆସେ ଘାଇଁଘାଇଁ ହୋଇ,

ଧରି ବିକଟାଳ ରୂପ ।

ତିନି ତାରିଖରେ ଛୁଇଁବ ଓଡିଶା,

ବଢୁଛି ତାର ପ୍ରକୋପ ।।

ଦୁଇ ମିଟରର ଉଠିବ ଜୁଆର,

ସମୁଦ୍ର ଉପକୂଳରେ ।

ଦୁଇଶହ କିଲୋମିଟର ପବନ,

ଘଣ୍ଟା ପ୍ରତି ବହିବରେ ।।

ଉପକୂଳବାସୀ ହୁଅରେ ସଜାଗ,

ଫନି ମୁକାବିଲା ପାଇଁ ।

ଶୁଷ୍କ ଖାଦ୍ୟ ଆଣି ଏବେଠାରୁ ରଖ,

ଛାନିଆ ନହୁଅ କେହି ।।

କିରୋସିନି ଆଉ ମହମବତୀକୁ,

ଆଣି ରଖିଥାଅ ଘରେ ।

ମୂଲ୍ୟବାନ ସବୁ କାଗଜପତ୍ରକୁ,

ରଖିଥାଅ ନଜରରେ ।।

ପିଇବାପାଣିକୁ ଏବେଠୁ ସାଇତି,

ଅଧିକ ଅଧିକ ରଖ ।

'ଜଳ ହିଁ ଜୀବନ' ପ୍ରବାଦଟିକୁ,

ଜାଣିଛନ୍ତି ସବୁ ଲୋକ ।।

ଟଙ୍କାପଇସାବି ରଖିଥାଅ ପାଶେ,

ବ୍ୟାଙ୍କରୁ ଏବେଠୁ କାଢି ।

ବିପଦ ସମୟେ ଆସିବ କାର୍ଯ୍ୟରେ,

ଫନି ଆସୁଅଛି ମାଡି ।।


Rate this content
Log in

Similar oriya poem from Action