STORYMIRROR

Hitesh Mohapatra

Tragedy

3  

Hitesh Mohapatra

Tragedy

ଫମ୍ପା ମଣିଷ

ଫମ୍ପା ମଣିଷ

1 min
150


ରାତି ସରିଯାଏ ମାତ୍ର ସରେ ନାହିଁ ସ୍ୱପ୍ନ 

ମଣିଷ ଅପସରି ଯାଏ  ବାକି ରହି ଯାଏ କର୍ମର ଚିହ୍ନ 

ମିଛ ସତ୍ତା ପାଇଁ  କେତେଯେ ଛଳନା 

କାହିଁକି ଭୁଲି ଯାଏ ମଣିଷ  କେଜାଣି 

ଜେ ସେ ନିମିତ୍ତ ମାତ୍ର ଏକ ଖେଳନା | ୧ 


ଗର୍ବରେ ହଜି ଯାଇ 

କରେ ଅନେକ ଅପକର୍ମ 

ସେହି ଅପକର୍ମକୁ ଭୁଲିବା ପାଇଁ 

ଶୁଣୁଥାଏ ନାନାଦି ବେଦ ଗ୍ରନ୍ଥର ସାରମର୍ମ |୨ 


ସତ ଏଠି ଲୋକେ ଜାଣନ୍ତି

କେବଳ ଅନ୍ୟକୁ ଜଣେଇବା ପାଇଁ

ନିଜ ସତ ବାହାରକୁ ଆସିଲେ

କୁହନ୍ତି ଏସବୁ ଘଟୁଛି କେବଳ ଅନ୍ୟ ପାଇଁ | ୩ 


କେତେ ଆଉ ନିଜର ମିଛ ବଡ଼ିମା ଗାଇବ

ଶୁଭାଯାଉଛି ତମ ଭିତରର ଫମ୍ପାପଣ 

ଏବେ ତା ଦୟାକରି ନିଜକୁ କର 

ଜଗନ୍ନାଥଙ୍କ ପାଖେ ସମର୍ପଣ | ୪ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy