STORYMIRROR

DR PRASANTA KUMAR BISWAL

Inspirational Others Children

4  

DR PRASANTA KUMAR BISWAL

Inspirational Others Children

ଫକୀର ମୋହନ ସେନାପତି

ଫକୀର ମୋହନ ସେନାପତି

1 min
488


ଏକ ସ୍ପର୍ଦ୍ଧିତ ସ୍ୱାକ୍ଷର 

ଏକ ଅମ୍ଲାନ ଇସ୍ତାହାର,

ଓଡ଼ିଆ ମାଟିର ସେ ଅସ୍ମିତା 

ଓଡ଼ିଆ ପ୍ରାଣର ମହାନ ଗୀତା 

ସୁନ୍ଦର ଭବିଷ୍ୟତ ର ସେ ଜନକ 

ଭାଷା ବିନ୍ଧାଣୀର ମହାନାୟକ 

ଜାତି ସଂସ୍କୃତିର ଗର୍ବ ଗୌରବ 

ତାଙ୍କ ଅମ୍ଲାନ ସର୍ଜନା ଆମ ବିଭବ

ମକର ସଂକ୍ରାନ୍ତି ଭଳି ପବିତ୍ର ଦିନ 

ଉତକଳ ମାଟି ହେଲା ଚିରନ୍ତନ

ଜନ୍ମ ନେଲେ ସଂକ୍ରାନ୍ତି ପୁରୁଷ ବ୍ରଜମୋହନ

ରୋଗ ଶୋକ ଜଂଜାଳ ଗ୍ରଷିତ ଜୀବନ 

ବ୍ରଜ ମୋହନ ରୁ ଫକୀର ମୋହନ 

ଜୀବନ ଥିଲା କରୁଣ ଆଉ ଅଶ୍ରୁର ପ୍ଳାବନ 

ଜୀବନ ନୁହେଁ ସେତ ଜୀବନ୍ତ ମରଣ 

ତା ମଧ୍ୟେ ଭାଷା ବଂଚିବ ଥିଲା ଆହ୍ୱାନ 

ସଂକଳ୍ପ ଥିଲା ଭାଷା ସୁରକ୍ଷା ସମ୍ମାନ 

ବଙ୍ଗଳାଙ୍କ ଆମ ପ୍ରତି ନାଶିକା କୁଞ୍ଚନ 

ଭାଷା ମନସ୍କ ହେଲେ ଫକୀର ମୋହନ 

ସ୍ୱଳ୍ପ ସର୍ଜନ ରେ ହେଲେ ସେ ମହାନ 

କୃତାର୍ଥ ହେଲା ମାଟି ପାଣି ପବନ 

ଓଡ଼ିଆ ଗଳ୍ପର ରେବତୀ ପ୍ରଥମ ସନ୍ତାନ

ନାରୀ ଶିକ୍ଷା ର ସେ ଅଟେ ଦିବ୍ୟ ଜ୍ୟୋତି 

ଛ ମା ଆ ଗୁ ତାଙ୍କର ଓଡ଼ିଆ ବିଭୁତି 

ଡାକ ମୁନସୀ ରୁ ମୁଁ ହାଟ ବାହୁଡା 

ବୁଝେଇ ଥିଲେ ସେ ବିଦେଶୀ ଅଲୋଡ଼ା 

ମାଟି ଦେହ ସିନା ମିଶିଚି ମାଟିର 

ତାଙ୍କ କର୍ମ ହିଁ ତାଙ୍କୁ କରିଛି ଭାଶ୍ୱର 

ଆମ ଭାଷା ସମୃଦ୍ଧ ତାଙ୍କ ଅବଦାନେ 

ବିକଶିତ କରିବା ଆମ ଭାଷା ଜୀବନେ 

ଏକ ଆଦର୍ଶ ତାଙ୍କର କଲେ ପ୍ରତିଫଳନ 

ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ଏ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational