STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ଫିଙ୍ଗା ଖାଦ୍ୟ

ଫିଙ୍ଗା ଖାଦ୍ୟ

1 min
13K


ହେଉ ରେଷ୍ଟୁରାଣ୍ଟ ହେଉ ସେ ହୋଟେଲ

ହେଉ ଅବା ଠେଲା ଗାଡି

ବାସି ଖାଇବାକୁ ନଗଦ କହିକି

ଦିଅନ୍ତି ଶ୍ରଦ୍ଧାରେ ବାଢି ।୧।

ପୂର୍ବ ଦିନର ବଳକା ଖାଦ୍ୟକୁ

ନଗଦରେ ଦେଇ ଫେଣ୍ଟି

ଗରାଖ ମାଗିଲେ ପରସି ଦିଅନ୍ତି

ତେଲ ମସଲାକୁ ଚୁଣ୍ଟି ।୨।I

ଟଙ୍କା ଦେଇ ଆମେ ଖାଇବା କିଣୁଛୁ

ନୁହେଁ ବା ମାଗଣା ବାକି

ତଥାପି କାହିଁକି ଫିଙ୍ଗା ଖାଦ୍ୟ ଦେଇ

ଦିଅନ୍ତି ଆମକୁ ଠକି ।୩।

ଖାଦ୍ୟ ନିରାପତ୍ତା ବିଭାଗ ଟିକିଏ

ଦେଇ ଏଥି ପ୍ରତି ଧ୍ୟାନ

ମଝିରେ ମଝିରେ ଚଢାଉ କରିଲେ

ହେବ ଆମ ଖୁସି ମନ ।୪।



ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational