STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

ପହିଲି ପ୍ରେମ

ପହିଲି ପ୍ରେମ

1 min
69

ପହିଲି ପ୍ରେମର ବରଷାରେ ଭିଜା 

ଲାଜୁଆ ଦେହର ବାସ୍ନା

ରୋମାଂଚିତ ହୃଦ ଗହଳ ପ୍ରୀତିରେ 

ଉଙ୍କିମାରେ କେତେ ଜୋନ୍ନା,

ମନ ଦରଜାରେ ପାହାନ୍ତି ସପନ

ସତେକି ହେଇଛି ଠିଆ

ଉଜୁଡ଼ା ଅତୀତ ସାଉଁଟି ଚାଲିଛି 

ଓଠ ଧାରେ ହସ ନୂଆ,

କେତେଯେ କାହାଣୀ ଲେଖୁଛି ଛାତିରେ

ପୀରତିର ରଙ୍ଗ ଆଣି

ଯୌବନ ନଦୀରେ ପାଦ ଖସେ ଧୀରେ  

ସୁନେଲି ଭାବନା ବୁଣି,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract