STORYMIRROR

Jayashree Maharana

Romance

2  

Jayashree Maharana

Romance

ପହିଲି ପ୍ରେମ

ପହିଲି ପ୍ରେମ

1 min
187

ଆଦ୍ୟ ଯୌବନର ମିଠା ପୁଲକରେ

   ପୁଲକିତ ମୋର ମନ

ପହିଲି ପ୍ରେମର ମିଠା ଛୁଆଁ ପାଇଁ

  ବ୍ୟାକୁଳିତ ମୋର ପ୍ରାଣ


ଖୋଜୁଅଛି ସାଥି ଆଖି ଦିନରାତି

   ଭିଜି ପ୍ରୀତି କାମାଗ୍ନିରେ

ପ୍ରତି ମୁହୂର୍ତ୍ତରେ ମିଠା ଶିହରଣ

   ଜାଗିଅଛି ହୃଦୟରେ


ମନ ଉପବନେ ପ୍ରୀତି ଫୁଲଟିଏ

  ଫୁଟିଅଛି ଜୀବନରେ

ମିଠା ମହକରେ ସୁବାସିତ ହୋଇ

   ନାଚୁଅଛି ଆନନ୍ଦରେ


ଜହ୍ନର କିରଣ ଭିଜାଉଛି ମନ

  ଆଖିତଳେ କେତେ ସ୍ୱପ୍ନ

ରଙ୍ଗର ପସରା ଲାଗୁଅଛି ତୋରା

  ଫଗୁଣର ପଦଚିହ୍ନ


ଏକା ଏକା ଭିଜେ ପ୍ରେମର ବର୍ଷାରେ

  ସାଥି ବିନା ନୀରବରେ

ପ୍ରଥମ ପ୍ରେମର ରଙ୍ଗରେ କିଏ ସେ

  ଭିଜାଇବ ମୋତେ ଥରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance